କନକ ବ୍ୟୁରୋ: ୧୦ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତର ଟାୱାର ପାଚେରୀ ପାର୍ଶ୍ୱରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଜଣଙ୍କ  ଗତକାଲି ଦିନ ପ୍ରାୟ ଏକ ଘଟିକାରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଝିଅର ସମସ୍ତ ସାଙ୍ଗସାଥି ଏବଂ ପଡୋଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ରାତି ପ୍ରାୟ ସମୟରେ ଗାଁର ଟାୱାର ପାଚେରୀ ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ମିଳିଥିଲା । ଝିଅର ଦୁଇ ହାତ ବନ୍ଧା ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଲୋଚନା ସନ୍ଦେହ କରାଯାଉଛି  । ଏନେଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ରଙ୍କ ପଚାରିବାରୁ ସେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ।