ମଧ୍ୟପ୍ରଦେଶରେ ଅମାନୁଷିକତାର ଚରମ ସୀମା: ୯୨ ବର୍ଷୀୟା ବୃଦ୍ଧାଙ୍କ କାନ ଛିଡାଇ ସୁନା ଲୁଟିନେଲେ ଦୁର୍ବୃତ୍ତ

୯୨ ବର୍ଷୀୟା ବୃଦ୍ଧାଙ୍କ କାନ ଛିଡାଇ ସୁନା ଲୁଟିନେଲେ ଦୁର୍ବୃତ୍ତ

ସୁନା ଲୁଟିନେଲେ ଦୁର୍ବୃତ୍ତ

ସୁନା ଲୁଟିନେଲେ ଦୁର୍ବୃତ୍ତ Photograph: (Google)

କନକ ବ୍ୟୁରୋ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି   ଦୁର୍ବୃତ୍ତ ଜଣେ ୯୨ ବର୍ଷୀୟା ବୃଦ୍ଧା ମହିଳାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଛନ୍ତି । ସୁନା କାନଫୁଲ ଲୁଟିବା ପାଇଁ ସେମାନେ ବୃଦ୍ଧାଙ୍କ କାନକୁ ଛିଡାଇ ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହ ମାନବିକତାର ସ୍ତର କେତେ ତଳକୁ ଖସିଯାଇଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ।


ସୂଚନା ଅନୁଯାୟୀ, ରାଜଗଡ଼ ଜିଲ୍ଲାର ସାରଙ୍ଗପୁର ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା ।  ପୀଡ଼ିତା ବୃଦ୍ଧା ଜଣକ ଘରେ ଏକୁଟିଆ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ସେମାନେ ବୃଦ୍ଧାଙ୍କୁ କାବୁ କରି ତାଙ୍କ କାନରେ ଥିବା ସୁନା କାନଫୁଲକୁ ଜୋର ଜବରଦସ୍ତ ଛିଣ୍ଡାଇ ନେଇଥିଲେ । ଏହି ଟଣାଓଟରାରେ ବୃଦ୍ଧାଙ୍କ ଦୁଇଟି କାନରେ ସମ୍ପୂର୍ଣ୍ଣ ଭାବେ  ଆଘାତ ଲାଗିଛି ଏବଂ ସେ ଗୁରୁତର ଭାବେ ରକ୍ତାକ୍ତ ହୋଇଛନ୍ତି । 


ଘଟଣା ପରେ ବୃଦ୍ଧାଙ୍କ ଚିତ୍କାର ଶୁଣି ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe