ଆଜି ଘୋଷଣା ହୋଇପାରେ ୯ ନୂଆ ଏନଏସି : ସ୍ବାୟତ୍ତ ଶାସନ ଦିବସରେ ଭେଟି ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ସ୍ବାୟତ୍ତ ଶାସନ ଦିବସ‌ ଅବସରରେ ରାଜ୍ୟରେ ଆଉ ୯ ଟି ନୂଆ ଏନ୍‌ଏସି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୧ଟି ନୂଆ ଏନ୍‌ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ।

NAC

NAC Photograph: (KanakNews)

କନକ ବ୍ୟୁରୋ : ଆଜି ଘୋଷଣା ହୋଇପାରେ ନୂଆ ଏନ୍‌ଏସି । ସ୍ବାୟତ୍ତ ଶାସନ ଦିବସ‌ ଅବସରରେ ରାଜ୍ୟରେ ଆଉ ୯ ଟି ନୂଆ ଏନ୍‌ଏସି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୧ଟି ନୂଆ ଏନ୍‌ଏସି ଗଠନ ହେବା ନେଇ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏଥିରୁ ୧୨ଟି ଏନ୍‌ଏସି ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ବାକି ୯ଟି ନୂଆ ଏନ୍‌ଏସି ଆଜି ଘୋଷଣା ହୋଇପାରେ । ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୯ଟି ନୂଆ ଏନ୍‌ଏସି ଘୋଷଣା କରିବେ । ଏନ୍‌ଏସି ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଥିବାରୁ ରାଜ୍ୟ ସରକାର ଏନେଇ ସତର୍କତ‌ା ଅବଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉତ୍ସବ ମଞ୍ଚରେ ୯ଟି ନୂଆ ଏନ୍‌ଏସି ଘୋଷଣା କରିବେ । ଆଗୁଆ ନୂଆ ଏନ୍‌ଏସି ନାମ ଜଣାପଡ଼ିଲେ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିକ୍ଷୋଭ ପ୍ରଦର୍ଶନର ଭୟ ଥିବାରୁ ଏହାକୁ ଗୁପ୍ତ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe