କନକବ୍ୟୁରୋ : ତାମିଲନାଡୁର ବହୁ ଚର୍ଚ୍ଚିତ ପୋଲ୍ଲାଚୀ ଯୌନ ଶୋଷଣ ମାମଲାର ସମସ୍ତ ୯ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ଏଥିସହ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ମସିହାରେ ଏକାଧିକ ମହିଳାଙ୍କୁ ମିଛ ଫାସରେ ପକାଇ ପ୍ରଥମେ ଯୌନ ଶୋଷଣ ଓ ପରେ ବ୍ଲାକମେଲିଂ କରୁଥିବା ଭଳି ସଂଗୀନ ଅଭିଯୋଗ ରହିଛି । ଏପରିକି ଭିଡିଓ ଭାଇରାଲ ଧମକ ମଧ୍ୟ ଦେଉଥିଲେ । ଘଟଣାକୁ ନେଇ ୨୦୧୯ ମସିହାରୁ ତାମିଲନାଡୁ ରାଜନୀତିରେ ସରଗରମ ସ୍ଥିତି ମଧ୍ୟ ଉପୁଜିଛି । କାରଣ ଯେଉଁ ସମୟରେ ଏହି ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ରାଜ୍ୟରେ ବିଜେପି ଓ ଏଆଇଏଡି ଏମକେ ସରକାର ଥିଲା । ଯାହାକୁ ପ୍ରସଙ୍ଗ କରି ଘେରିଥିଲା ଡିଏମକେ । ତାମିଲନାଡୁରେ ଷ୍ଟାଲିନ ସରକାର ଆସିବା ପରେ ମାମଲାର ତଦନ୍ତ ସିବିଆଇ ହାତକୁ ଯାଇଥିଲା ।