କନକ ବ୍ୟୁରୋ :  ୮ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ୍‌ । ଜୁନ୍ ୨୦୨୪ ଠାରୁ ବର୍ତ୍ତମାନ ଯାଏଁ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୁର୍ଘଟଣା ଘଟିଛି । ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ହଜାର କ୍ଷତିପୂରଣ ଦିଆଯାଇଛି । ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଡିଜେଲ ବସର ସ୍ପିଡ଼ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ବୈଦୁତିକ ବସର ସ୍ପିଡ୍ ଘଣ୍ଟାପ୍ରତି ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଡାସ ବା ସ୍ୱୟଂକ୍ରିୟ ଚଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଛି । ଦୁର୍ଘଟଣାର ସମୀକ୍ଷା ପାଇଁ କମିଟି ଗଠନ ହୋଇଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ।