ବଲାଙ୍ଗୀରକୁ ୮୯୦ କୋଟିର ଉପହାର ; ପାଟଣାଗଡରେ ହେବ ହସ୍ପିଟାଲ ସହ ଡାଇଲେସିସ୍ ସେଣ୍ଟର

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ । ପାଟଣାଗଡ ନବ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ ଓ ଡାଇଲେସିସ୍ ସେଣ୍ଟର ଉଦ୍ଘାଟନ କରିବେ ମୋହନ ଚରଣ ମାଝୀ । ଜିଲ୍ଲାକୁ ୮୯୦ କୋଟି ଟଙ୍କାର ପ୍ରକଳ୍ପ ଦେବେ ଭେଟି  ।

32bl

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଲାଙ୍ଗୀର ଗସ୍ତ ନେଇ ବ୍ୟାପକ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡି । ୮୯୦କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସାଂସଦ ସଂଗୀତ କୁମାରୀ ସିଂ ଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଳାପାଳ ମଧ୍ୟ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe