କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନାକୁ ନେଇ ଜାରି ରହିଛି ସସପେନ୍ସ। ମହାପ୍ରଭୁଙ୍କ ଭଣ୍ଡାରରେ କେତେ ସୁନା ରହିଛି ତାର ଗଣତି ମଣତି ଏବେ ବି ହୋଇପାରିନି। କାଳିଆ ସାଆନ୍ତଙ୍କ ଭଣ୍ଡାରର ସୁନା ଆଗରୁ ଭୁବନେଶ୍ୱରରେ ରତ୍ନଭଣ୍ଡାରକୁ ନେଇ ଚାରିଆଡେ ଚର୍ଚ୍ଚା। ସିଟି-ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ୧୦ଟି ଜିଆଇ ଟ୍ରଙ୍କ ଭର୍ତ୍ତି ସୁନା ଏବଂ ୨୪ ଟ୍ରଙ୍କ ରୁପା ଧରି ଛାନଭିନ ଆରମ୍ଭ କରିଛି।

  • ସୁନା ୮୭ କିଲୋ ସହ ରୁପା ୧ କୁଇଣ୍ଟାଲ ବୋଲି ଜଣାପଡିଛି
  • ରାଜଧାନୀର ୨୦ଟି ବଡ଼ ଦୋକାନ ପାଇଁ ଏହି ସୁନା ଆସିଥିଲା
  • ଏସବୁର ସମ୍ପୂର୍ଣ୍ଣ କାଗଜପତ୍ର ଏବେ ବି ଦେଖାଇ ପାରିନି ବିଭିସି କୋରିଅର ସଂସ୍ଥା
  • ସୁନାଗୁଡ଼ିକ ୧୮ କ୍ୟାରେଟର ହୋଇଥିବା ବେଳେ, ଏଥିରେ ହୀରା ଖଚିତ ହୋଇଛି

ଏହାର କ୍ରେତା, ବିକ୍ରେତା ଏବଂ କୋରିୟର ସଂସ୍ଥାର ଜିଏସଟି ରେଜିଷ୍ଟ୍ରେସନ ହୋଇଛି କି ନାହିଁ। ଏମାନେ ସିଜିଏସଟି ଓ ଏସଜିଏସଟି ବାବଦକୁ ୩ ପ୍ରତିଶତ ଦେଇଛନ୍ତି କି ନାହିଁ ସେନେଇ ଖୋଳତାଡ ହେଉଛି। ବିଶେଷକରି ସୁନା ଦୋକାନର କର୍ମଚାରୀମାନେ ହାଜର ହୋଇ ସେମାନଙ୍କ ଟ୍ରଙ୍କ ଚିହ୍ନଟ କରିଛନ୍ତି। ସୁନା ଦୋକାନ କର୍ମଚାରୀ ଓ ବିଭିସି କୋରିୟର ସଂସ୍ଥାର ଇଷ୍ଟର୍ଣ୍ଣ ଜୋନ ମୁଖ୍ୟଙ୍କ ସମ୍ମୁଖରେ ଏହି ସୁନା ଟ୍ରଙ୍କ ଖୋଲାଯାଇଛି। ଏହାପରେ ସୁନା ଅଳଙ୍କାରର ଓଜନ କରାଯାଇଛି।

ଅନ୍ୟପଟେ ମୁମ୍ୱାଇ ଓ ଅହମଦବାଦରୁ ସୁନା ଆସିଥିବା ବେଳେ, ଦିଲ୍ଲୀରୁ ରୁପା ଆସିଥିଲା। ଜବତ ହୋଇଥିବା ୧ କ୍ୱିଂଟାଲ ରୁପା କଏନର କାଗଜପତ୍ର ଦେଇ ପାରୁନି ବିଭିସି ସଂସ୍ଥା। ଟ୍ୟାକ୍ସ ଇନଭଏସରେ କଣ କଣ ଉଲ୍ଲେଖ ରହିଥିଲା ଆଉ ଏବେ ଓଜନରେ କେତେ ଆସୁଛି ସେନେଇ ଛାନଭିନ ଆରମ୍ଭ ହୋଇଛି। 

ଏଠାରେ ପ୍ରଶ୍ନ ଉଠୁଛି ...

  • ସୁନା କାରବାର କରୁଥିବା ମାଲିକଙ୍କ ଉଦ୍ଦେଶ୍ୟ କ’ଣ ଥିଲା?
  • ସୁନାର ଟିକସ ଦେବାରେ ଅନିୟମିତତା କରିଥିଲେ ଦୋକାନ ମାଲିକ?
  • ଟିକସ ଫାଙ୍କିବାକୁ ସୁନା ଯାଗାରେ ରୁପା ଦର୍ଶାଇ ଚାଲାଣ ହେଉଥିଲା କି?
  • କୋରିଅର ସଂସ୍ଥା ଉପରେ ଦୋଷ ଲଦି ଖସିଯିବାକୁ ହେଉଛି କି ଷଡ଼ଯନ୍ତ୍ର?