କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରୁ ୮୭ କିଲୋ ସୁନା ଜବତ ପରେ ବଢ଼ିଛି ଚର୍ଚ୍ଚା। ଗତକାଲିଠାରୁ ଜବତ ସୁନାର ଚାଲିଛି ଛାନଭିନ୍। ଓଜନ ଚାଲିଛି, ହିସାବ ଛିଡୁନି! ଏବେ ସ୍କାନରରେ ସୁନା ମାଲିକ। ସୁନା ସ୍ଥାନରେ ରୁପା ଦେଖାଇ ଟିକସ ଫାଙ୍କିବାକୁ ଉଦ୍ୟମ ହେଉଥିବା ସନ୍ଦେହ କରାଯାଉଛି।
ସିଟି ଜିଏସଟି ଅଫିସର ରାତି ତମାମ କାଗଜପତ୍ର ଯାଞ୍ଚ କରୁଛନ୍ତି ଓ ଆଜି ମଧ୍ୟ ଜବତ ସୁନାର ଛାନଭିନ୍ କରାଯାଉଛି। କିଛି ଦୋକାନୀଙ୍କ ସୁନାର ପାଖାପାଖି ସମାନ ରହିଥିବା ବେଳେ, ଅଧିକାଂଶଙ୍କର ଟ୍ୟାକ୍ସ ଫାଙ୍କିଥିବାର ଆଶଙ୍କା କରୁଛି ଏନଫୋର୍ସ ଟିମ । ଛୋଟ ଛୋଟ ଦୋକାନୀଙ୍କୁ ଢାଲ କରି ସୁନା ଚାଲାଣର କଥା ସାମ୍ନାକୁ ଆସିଥିବା ବେଳେ, ସୁନା ସ୍ଥାନରେ ରୁପାକୁ ଦେଖାଇ ଚାଲାଣର ବାସ୍ନା ପାଇଛି ତଦନ୍ତକାରୀ ସଂସ୍ଥା ଓ ରୁପା କଏନର ୬୦ ପ୍ରତିଶତ ହିସାବ ମିଳି ପାରୁନଥିବା ବେଳେ ଏହା ଉପରେ ମୋଟା ଅଙ୍କର ଫାଇନ ପକାଯିବା ସହ ଖୁବଶୀଘ୍ର ସୁନାକୁ ନେଇ ତନାଘନା ଆରମ୍ଭ।
ମୁମ୍ୱାଇ ଓ ଅହମଦବାଦରୁ ସୁନା ଆସିଥିବା ବେଳେ, ଦିଲ୍ଲୀରୁ ରୁପା ଆସିଥିଲା। ଜବତ ହୋଇଥିବା ୧ କ୍ୱିଂଟାଲ ରୁପା କଏନର କାଗଜପତ୍ର ଦେଇ ପାରୁନି ବିଭିସି ସଂସ୍ଥା। ଟ୍ୟାକ୍ସ ଇନଭଏସରେ କଣ କଣ ଉଲ୍ଲେଖ ରହିଥିଲା ଆଉ ଏବେ ଓଜନରେ କେତେ ଆସୁଛି ସେନେଇ ଛାନଭିନ ଆରମ୍ଭ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/bVy3zIOeottlub2jvBVb.jpg)