କନକ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ହେବ ପୁନରୁଦ୍ଧାର। ଖର୍ଚ୍ଚ ହେବ ୮୫୫ କୋଟି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୯୫୭ ମସିହାରେ ନିର୍ମାଣ ହୋଇଥିବା ୧୫ କିଲୋମିଟର ଲମ୍ବା ହୀରାକୁଦ ଡ୍ୟାମ ଧିରେ ଧିରେ ପୋତି ହୋଇଯାଉଥିବାରୁ ପୁନରୁଦ୍ଧାର କରାଯିବ। ୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦେଶର ସବୁଠୁ ଲମ୍ବା ଡ୍ୟାମ। କେନାଲ ଜଳସେଚନ ମାଧ୍ୟମରେ ୧ ଦଶମିକ ୫୯ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯାଉଛି। ଡ୍ୟାମ ନିର୍ମାଣକୁ ବହୁ ବର୍ଷ ବିତିଲାଣି। ତେଣୁ କେନାଲ ସିଷ୍ଟମ ଆଉ ପୂର୍ବ ଭଳି କାର୍ଯ୍ୟ କରୁନାହିଁ। ନିର୍ମାଣ ହୋଇଥିବା କନଷ୍ଟ୍ରକସନ କିଛି ଧୋଇ ନଷ୍ଟ ହୋଇଗଲାଣି। ତେଣୁ ପାଣି କେନାଲ ଶେଷ ମୁଣ୍ଡରେ ପହଞ୍ଚି ପାରୁନାହିଁ। ଫଳରେ ହୀରାକୁଦ ଡ୍ୟାମ୍ର ପୁନରୁଦ୍ଧାର କରିବାକୁ ଜଳସେଚନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ହୀରାକୁଦ ଜଳଭଣ୍ଡାରର ହେବ ପୁନରୁଦ୍ଧାର, ଖର୍ଚ୍ଚ ହେବ ୮୫୫ କୋଟି: ପୋତି ହୋଇଯାଉଥିବାରୁ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି
Advertisment
Follow Us