କନକ ବ୍ୟୁରୋ : କଟକ ବାସିନ୍ଦାଙ୍କ ମନୋରଞ୍ଜନ ପାଇଁ ମହାନଗର ନିଗମ ପକ୍ଷରୁ ବେଲଭ୍ୟୁ ଛକ ଠାରେ ନିର୍ମାଣ କରାଯାଉଥିଲା ଅତ୍ୟାଧୁନିକ ପାର୍କ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଆଜି ଯାଏଁ ସରିପାରିନି । କାମ ଅଧାରେ ଛାଡ଼ି ଠିକା ସଂସ୍ଥା ଛୁ’ ମାରିଛି । କାମରେ ଆସୁନି ଓପନ ଜିମ୍ । ଚାରିଆଡ଼େ ଗଦା ହୋଇଛି ନିର୍ମାଣ ସାମଗ୍ରୀ । ମାଡ଼ି ଗଲାଣି ଅନାବନା ଘାସ, ବିପର୍ଯ୍ୟସ୍ତ ଅବସ୍ଥାରେ ଅତ୍ୟାଧୁନିକ ପାର୍କ । କଟକ ବେଲଭ୍ୟୁ ଛକ ଠାରେ ନିର୍ମାଣାଧୀନ ଅତ୍ୟାଧୁନିକ ପାର୍କରେ ରହିଛି ଏଭଳି ଦୃଶ୍ୟ । ନିର୍ମାଣ କାମ ଅଧାରେ ଛାଡ଼ି ଠିକା ସଂସ୍ଥା ଛୁ’ । ଯାହା ଫଳରେ ପାର୍କର ଏ ଦୟନୀୟ ସ୍ଥିତି ।
ପାଖାପାଖି ୩ ଏକର ଜମିରେ ନିର୍ମାଣ ଚାଲିଥିଲା ପାର୍କ । ୪୦୦ ମିଟର ଜଗିଂ ଟ୍ରାକ୍, ଦୁଇ ଲେନ୍ ବିଶିଷ୍ଟ ସାଇକେଲ ଟ୍ରାକ୍, ୱାଟର ଫାଉଣ୍ଟେନ୍, ଓପନ ଜିମ୍ ସହ ସୁନ୍ଦର ସୁନ୍ଦର ଗଛ ଲଗାଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ଏଥିସହ ଫୁଡକୋର୍ଟ ପାଇଁ ୬ଟି ଦୋକାନ ଓ ପାର୍କିଂ ବ୍ୟବସ୍ଥା ବି ହେବା କଥା । ମାତ୍ର ଏସବୁ କାମ ଏବେ ଅଧପନ୍ତରିଆ ଅବସ୍ଥାରେ । ଏପଟେ ପ୍ରକଳ୍ପ କାମ ସାରିବାକୁ ନୂଆ ଟେଣ୍ଡର ହେବ ବୋଲି ମେୟର କହିଛନ୍ତି । କାହିଁକି ଅଧାରୁ ଚାଲିଗଲା ଠିକାସଂସ୍ଥା ? କାମରେ କୌଣସି ଦୁର୍ନୀତି ହୋଇନି ତ ? ପୁଣି କେବେ ଆରମ୍ଭ ହେବ କାମ ଆଉ କେବେ ସରିବ, ସେ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/18/project-2025-09-18-19-25-26.jpg)