ପାକିସ୍ତାନର ରଖୱାଲା କେବଳ ଗୋଟିଏ ଦେଶ,  ପାକିସ୍ତାନର ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଏହି ଦେଶରୁ ଆସିଥାଏ

Advertisment

ଅସ୍ତ୍ରଶସ୍ତ୍ର ପାଇଁ ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ପାକିସ୍ତାନ । ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ୍‌ରୁ ପାକିସ୍ତାନକୁ ଆସିଥାଏ ।

ଅସ୍ତ୍ରଶସ୍ତ୍ର ପାଇଁ ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ପାକିସ୍ତାନ । ୮୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନ୍‌ରୁ ପାକିସ୍ତାନକୁ ଆସିଥାଏ ।

ପାକିସ୍ତାନର ରଖୱାଲା କେବଳ କୋଟିଏ ଦେଶ

ପାକିସ୍ତାନର ରଖୱାଲା କେବଳ କୋଟିଏ ଦେଶ Photograph: (kanaknews)

କନକ ବ୍ୟୁରୋ : ଆତଙ୍କୀ ପୋଶୁଥିବା ପାକିସ୍ତାନର  ସାରା ବିଶ୍ବରେ ଜଣେ ମାତ୍ର ବନ୍ଧୁ ବା ରଖୱାଲା ହେଉଛି ଚୀନ୍‌ । କାରଣ  ପାକିସ୍ତାନକୁ ଆସୁଥିବା ମୋଟ ଅସ୍ତ୍ରଶସ୍ତ୍ରର ୮୧ ପ୍ରତିଶତ କେବଳ ଏହି ଗୋଟିଏ ଦେଶରୁ ଆସିଥାଏ । ଯଦି ଆମେ SIPRIର ତଥ୍ୟ ଉପରେ ନଜର ପକାଇବା, ତେବେ ଏହା ସ୍ପଷ୍ଟ ଜଣାପଡିବ ଯେ, ଗତ 15 ବର୍ଷ ମଧ୍ୟରେ ପାକିସ୍ତାନ ଏହି ଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନ ଏବଂ ତାକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉଭୟ ଭାରତର ସବୁଠାରୁ ବଡ଼ ଶତ୍ରୁ ।

୨୦୨୦ରୁ ୨୦୨୪ ମଧ୍ୟରେ ପାକିସ୍ତାନକୁ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ପଠାଇଛି ଚୀନ୍‌ । ପାକିସ୍ତାନର ମୋଟ୍‌ ଅସ୍ତ୍ରଶସ୍ତ୍ର ମଧ୍ୟରେ ୮୧ ପ୍ରତିଶତ କେବଳ ଚୀନ୍ରର । ୨୦୦୯ରୁ ୨୦୧୪ ମଧ୍ୟରେ ଚୀନ୍‌ ରୁ ପାକିସ୍ତାନକୁ ୫୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ସପ୍ଲାଇ କରାଯାଇଥିଲା ।  ଯାହା ୨୦୧୫ ରୁ ୨୦୧୯ ମଧ୍ୟରେ  ବୃଦ୍ଧି ପାଇ ୭୩ ପ୍ରତିଶତ ହୋଇଛି । ଚୀନ୍‌ ପରେ ନେଦରଲ୍ୟାଣ୍ଡ ମଧ୍ୟ ପାକିସ୍ତାନକୁ  ୫.୫ ପ୍ରତିଶତ ଯୁଦ୍ଧ ଅସ୍ତ୍ରଶସ୍ତ୍ର ସପ୍ଲାଇ କରିଥାଏ । ସେହିପରି ତୁର୍କୀ ମଧ୍ୟ ୩.୮ ପ୍ରତିଶତ  ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ପଠାଇଥାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe