ଘୁଷୁଡ଼ି ଘୁଷୁଡ଼ି ଗଲେ ପଞ୍ଚାୟତ ଅଫିସ୍ ; ବୃଦ୍ଧଙ୍କ କଷ୍ଟ ଦେଖି ସହିପାରିଲେନି ଲୋକେ

ଭତ୍ତା ଟଙ୍କା ପାଇଁ  ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ଗଲେ ୮୦ ବର୍ଷୀୟ ବୃଦ୍ଧ । ଏ ଦୃଶ୍ୟ  ଆପଣଙ୍କୁ ବି ବିଚଳିତ କରିବ । ଲୋକଙ୍କ ଅଭିଯୋଗ ପରେ ଘଟିଲା ଏଭଳି ଘଟଣା...

OLD AGE ALLOWANCE

OLD AGE ALLOWANCE Photograph: (KanakNews)

କନକ ବ୍ୟୁରୋ: ଭତ୍ତା ଟଙ୍କା ପାଇଁ ଏତେ କଷ୍ଟ! ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି  ଭତ୍ତା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟ ଗଲେ ୮୦ ବର୍ଷୀୟ ବୃଦ୍ଧ । ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ ବରଂ କେନ୍ଦ୍ରାପଡା ଜିଲ୍ଲା କୋର ପଞ୍ଚାୟତର ।  

କୋର ଗାଁର ଶ୍ରୀଧର ସାହୁ । ଗୋଡ଼ କାମ କରୁନି । ହେଲେ ଆଜି ମାସିକ ଭତ୍ତା ପାଇଁ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ଯାଉଥିଲେ ପଞ୍ଚାୟତ ଅଫିସ୍ । ଏ ଦୃଶ୍ୟ ଦେଖି ତାତିଲେ ସ୍ଥାନୀୟ ଲୋକେ । ପୂର୍ବରୁ ଶ୍ରୀଧରଙ୍କ ଝିଅ ତାଙ୍କ ଭତ୍ତା ନେଉଥିଲେ। କିନ୍ତୁ ପଞ୍ଚାୟତ ଅଧିକାରୀ ଚଳିତ ମାସରୁ ଝିଅକୁ ଭତ୍ତା ଦେବା ପାଇଁ ମନା କରିଦେଲେ । ଫଳରେ ଚାଲିବାକୁ ଅକ୍ଷମ ରୋଗାକ୍ରାନ୍ତ ଶ୍ରୀଧର ସାହୁ  ଭତ୍ତା ନେବା ପାଇଁ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସକୁ ଯାଉଥିଲେ । ଯେଉଁ ଦୃଶ୍ୟ ଦେଖି ପଞ୍ଚାୟତର ଶତାଧିକ ଲୋକ ତାଙ୍କୁ ବାଟରେ ଅଟକାଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ଯାଇ ଅଭିଯୋଗ କରିବା ସହ ସେହି ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଅଭିଯୋଗ ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧା ବାଟରେ ଶ୍ରୀଧରଙ୍କୁ ଭତ୍ତା ଦେଇଥିଲେ । କେବଳ ଶ୍ରୀଧର ସାହୁଙ୍କ କ୍ଷେତ୍ରରେ ନୁହେଁ ବରଂ କୋର ପଞ୍ଚାୟତରେ ଭତ୍ତା ପ୍ରଦାନ ନେଇ ନାନା ଅନିୟମିତତା ଅଭିଯୋଗ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe