କନକ ବ୍ୟୁରୋ: ଅନଲାଇନରେ ବନ୍ଧୁତା ସ୍ଥାପନ କରି ଫସିଗଲେ ବୃଦ୍ଧ । ଧିରେ ଧିରେ ସବୁକିଛି ଲୁଟିନେଲେ ଅଜଣା ମହିଳା । ମୁମ୍ବାଇରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ୯ କୋଟି ଟଙ୍କାର ସାଇବର ଠକେଇ । ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବୃଦ୍ଧ ୨୧ ମାସରେ ୭୩୪ଟି ଅନଲାଇନ ଲେଣଦେଣ ମାଧ୍ୟମରେ ୮ କୋଟି ୭ ଲକ୍ଷ ଟଙ୍କା ହରାଇଛନ୍ତି । ଶାରଭୀ ନାମକ ଜଣେ ମହିଳାଙ୍କ ସହ ଫେସବୁକରେ ବନ୍ଧୁତ୍ୱ ଆରମ୍ଭ ହେବା ପରେ ସେ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ । ପରେ କବିତା, ଦିନାଜ ଓ ଜାସମିନ ନାମକ ଅନ୍ୟ ମହିଳାମାନେ ମଧ୍ୟ ବିଭିନ୍ନ ଅଜଣା କାରଣରୁ ଟଙ୍କା ମାଗିଥିଲେ । ବୃଦ୍ଧଙ୍କ ସଞ୍ଚୟ ସରିବା ପରେ ସେ ବୋହୂଠାରୁ ୨ ଲକ୍ଷ ଓ ପୁଅଠାରୁ ୫ ଲକ୍ଷ ଟଙ୍କା ମାଗିଥିଲେ । ପୁଅର ସନ୍ଦେହରୁ ଠକେଇ ପ୍ରକାଶ ପାଇଥିଲା । ଏନେଇ ଜୁଲାଇ ୨୨ରେ ସାଇବର ଅପରାଧ ଅଭିଯୋଗ ଦାୟର ହୋଇଛି । ଜଣେ ବ୍ୟକ୍ତି ଦ୍ୱାରା ଏହି ଠକେଇ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣାରେ ଛାନଭିନ୍ ଜାରି ରହିଛି ।
୮୦ ବର୍ଷୀୟ ବୃଦ୍ଧଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ ପ୍ରେମ: ୯ କୋଟି ଠକିନେଲେ ଠକ
ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବୃଦ୍ଧ ୨୧ ମାସରେ ୭୩୪ଟି ଅନଲାଇନ ଲେଣଦେଣ ମାଧ୍ୟମରେ ୮ କୋଟି ୭ ଲକ୍ଷ ଟଙ୍କା ହରାଇଛନ୍ତି । ଶାରଭୀ ନାମକ ଜଣେ ମହିଳାଙ୍କ ସହ ଫେସବୁକରେ ବନ୍ଧୁତ୍ୱ ଆରମ୍ଭ ହେବା ପରେ ସେ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ ।
/kanak/media/media_files/2025/08/08/dw-2025-08-08-22-23-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)