କନକ ବ୍ୟୁରୋ : ମାଓବାଦୀଙ୍କ ଉପରେ ଆଉ ଏକ ପ୍ରହାର । ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ । ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଲାଲପନିଆ ଅଞ୍ଚଳର ଲୁଗୁ ପାହାଡରୁ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏନକାଉଣ୍ଟରସ୍ଥଳରୁ ଏସଏଲଆର ଓ ଇନସାସ ବନ୍ଧୁକ ଜବତ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ୨୦୯ କୋବ୍ରା ଯବାନ ଓ ଝାଡଖଣ୍ଡ ପୁଲିସ ପକ୍ଷରୁ ଏହି ଅପରେସନ କରାଯାଇଥିଲା ।
ଝାଡଖଣ୍ଡ ବୋକାରୋରେ ବଡ଼ ଧରଣର ଏନକାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିପାତ
ମାଓବାଦୀଙ୍କ ଉପରେ ଆଉ ଏକ ପ୍ରହାର । ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ ।
/kanak/media/media_files/2025/04/21/0rJWUSeP0hs5vw7XlU61.jpg)