କନକବ୍ୟୁରୋ : ଇଏ ହେଉଛି ସେହି ସୁଡ଼ଙ୍ଗ…ଯେଉଁଠାରେ ଜୀବନ ସହ ସଂଗ୍ରାମ କରୁଛନ୍ତି ୮ ଶ୍ରମିକ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜୋରଦାର ଉଦ୍ୟମ କରାଯାଉଛି ସତ ହେଲେ ଉଦ୍ଧାର ହୋଇପାରୁନାହାନ୍ତି ସେମାନେ । କେମିତି ସେମାନଙ୍କୁ ଉଦ୍ଧାର କରାଯିବ ସେନେଇ ପ୍ରଶାସନ ବି ଚିନ୍ତାରେ ।
ସ୍ଥଳସେନା, ନୌସେନା ସହ ଏନଡିଆରଏଫ୍ ଓ ଏସଡିଆରଏଫ ଟିମ୍ ତତ୍ପର ହୋଇପଡଛନ୍ତି । ଗତ ୨୨ ତାରିଖ ସକାଳୁ ସକାଳୁ ଭୁଶୁଡିପଡିଥିଲା ତେଲେଙ୍ଗାନା ନଗର କୁର୍ଣ୍ଣୁଲ ଜିଲ୍ଲାର ନିର୍ମାଣଧୀନ ଶ୍ରୀସେଲମ ଟନେଲ । ଏହାରି ଭିତରେ ଘଟଣାକୁ ୩ ଦିନ ବିତିଯାଇଛି କିନ୍ତୁ ଏବେ ଉଦ୍ଧାର କରୁଥିବା ପୂରା ଟିମ୍ । ଖାସ କରି ଶେଷ ୪୦ ମିଟର ଚ୍ୟାଲେଂଜ ପାଲଟିଛି , ସେପଟେ ପୂରା ମାଟି ପାଣିରେ ଭର୍ତ୍ତି ହୋଇଛି ସୁଡଙ୍ଗ । ଉଦ୍ଧାର କାର୍ଯ୍ୟରେ ମୋଟ ୩୦୦ ଶହ ଯବାନ ଲାଗିଛନ୍ତି ।
ଏହି ଉଦ୍ଧାର କାମରେ ସେହିମାନେ ସାମିଲ ଅଛନ୍ତି । ଯେଉଁମାନେ ୨୦୨୩ ଉତ୍ତରାଖଣ୍ଡରେ ଘଟିଥିବା ସୁଡଙ୍ଗ ଅଘଟଣରେ ୪୩ରୁ ଅଧିକ ଶ୍ରମିକଙ୍କ ଉଦ୍ଧାର କରିଥିଲେ । ମନେଥିବ ନିଶ୍ଚୟ ଉତ୍ତରାଖଣ୍ଡର ସେହି ଦୁର୍ଘଟଣା । ତେବେ ସୂଚନା ଅନୁଯାୟୀ ଶନିବାର କାମ ଚାଲିବା ସମୟରେ ହଠାତ୍ ସୁଡଙ୍ଗର ଭିତର ଚଟାଣ ଭାଙ୍ଗିବା ଫଳରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ୮ଜଣ ଫଶିରହିଥିଲେ ।
ତେବେ ପାଣି ଓ ପଙ୍କ ପାଇଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଓ ଶ୍ରମିକଙ୍କ ଜିଇଁଥିବା ନେଇ ଆଶା କମ ବୋଲି ମଧ୍ୟ ସୂଚନା ଦେଇଛନ୍ତ ମନ୍ତ୍ରୀ କ୍ରିଷ୍ଣା ରାଓ । ୨ଶହ ମିଟର ପର୍ଯ୍ୟନ୍ତ ମେସିନ ଖନନ କରି ଶ୍ରମିକଙ୍କ ନିକଟରେ ପହଁଚିବାକୁ ଉଦ୍ୟମ ଜାରି ରଖିଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, ଏନଡିଆରଏଫ ଓ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମ ନିୟୋଜିତ ଅଛନ୍ତି । ତେବେ ଏହି ଟନେଲ କାମ ଟି ଖରାପ ପାଣିପାଗ ଯୋଗୁଁ ସରିପାରୁନଥିବା କୁହାଯାଉଛି
ଟନେଲକୁ ନେଇ ଉଠିଲା ପ୍ରଶ୍ନ
୩୫ ବର୍ଷ ହେଲାଣି, କାମ ସରୁନି କାହିଁକି ?
ଆନ୍ଧ୍ର ପ୍ରଦେଶ ସରକାର ୧୯୯୦ ମସିହାରେ ବିଦେଶୀ ଟେକନିକର ପ୍ରୟୋଗ କରି ଶ୍ରୀଶୈଲମ ଜଳାଶୟ ନିକଟରେ କୃଷ୍ଣା ଜଳ ଟାଣିବା ପାଇଁ ସୁଡଙ୍ଗ ଯୋଜନା କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେବେ ୪୩ କିଲୋମିଟର ଲମ୍ବା ସୁଡଙ୍ଗ କାମ ୮ ବର୍ଷରେ ଶେଷ ହେବ ବୋଲି ଅନୁମାନ କରାଯାଇଥିଲା । ପରିଯୋଜନା ଅନୁସାରେ ଦୁଇଟି ସୁଡଙ୍ଗ, ଗୋଟିଏ ହେଡ୍ ରେଗୁଲେଟର, ଦୁଇଟି ଲିଙ୍କ୍ କେନାଲ, ଗୋଟିଏ ଜଳାଶୟ ଓ ଅନ୍ୟ କାମ କରାଯିବାର ଯୋଜନା ମଧ୍ୟ ରହିଛି ।
ତେବେ ୨୦୦୫ରେ ଆନ୍ଧ୍ର ପ୍ରଦେଶର ତତ୍କାଳୀନ ସରକାର ୨.୮୧୩ କୋଟି ଟଙ୍କା ଏସଏଲବିସି ସୁଡଙ୍ଗ ପରିଯୋଜନା ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ବାସ୍ତବିକ କାମ ୨୦୦୭ରେ ଆରମ୍ଭ ହୋଇଥିଲା । ଥରେ ସୁଢଙ୍ଗ ଖୋଳୁଥିବା ମେସିନ ସମ୍ପୂର୍ଣ୍ଣ ସୁଢଙ୍ଗ ଖୋଳିବା ପରେ ତାକୁ ତା ମଧ୍ୟରେ ଛାଡି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ସେହି ସମୟରେ ଏହି କାମ କରିବା ପାଇଁ ଆମେରିକାରୁ ମେସିନ ମଧ୍ୟ ମଗାଯାଇଥିଲା ହେଲେ ଏହି କାମ ମଝିରେ ଟିବିଏମ ଖରାପ ହେବା ଫଳରେ ଖନନ କାମ ବନ୍ଦ କରାଯାଇଥିଲା
ତେବେ ଏଟି ପ୍ରଶ୍ନ ଉଠୁଛି କେଉଁଠି ଫସିଛି ସେ ୮ ଜୀବନ , ,ସେହି ଲମ୍ବା ସୁଡଙ୍ଗ ଭିତରେ ସଂର୍ଘଷ କରୁଛନ୍ତି ସେହି ନୀରିହ ୮ ଶ୍ରମିକ , ତେବେ ଗତ ଶନିବାର ଘଟିଥିଲା ଏହି ଘଟଣା ଏବେ କେବଳ ଭଗବାନଙ୍କ ଭରସାରେ ସେହି ୮ ଜୀବନ…
ଜାତୀୟ ଗଣମାଧ୍ୟ୍ୟମରେ ବାହାରିଥିବା ସୂଚନା
https://www.aajtak.in/india/telangana/story/telangana-8-lives-trapped-in-the-tunnel-and-only-40-meters-distance-rat-miners-join-rescue-operation-ntc-dskc-2175146-2025-02-25?utm_source=story_hp&utm_medium=story&utm_campaign=home_story