କନକ ବ୍ୟୁରୋ : ପଞ୍ଜାବ ଭଟିଣ୍ଡାରେ ବଡ଼ ବସ ଦୁର୍ଘଟଣ, ବ୍ରିଜ୍ ତଳକୁ ବସ ଖସିପଡ଼ିବାରୁ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର ପଞ୍ଜାବର ବଠିଣ୍ଡାରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ବସଟିରେ ୨୦ରୁ ଅଧିକ ଯାତ୍ରୀ ଥିଲେ । ବସଟି ବଠିଣ୍ଡାରୁ ତାଲୱଣ୍ଡି ସାବୋ ଅଭିମୁଖେ ଯାଉଥିଲା । ଅଧିକ ବର୍ଷା ହେଉଥିବାରୁ ଡ୍ରାଇଭର ଜାଣି ନପାରିବାରୁ ବସ୍ଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଉଛି । ବ୍ରିଜଟିରେ ସୁରକ୍ଷା ବାଡ଼ା ନଥିଲା । ସେଥିପାଇଁ ବସ୍ଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଘଟଣା ସ୍ଥଳରେ ପହଁଚିଥିଲେ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀ । ପ୍ରବଳ ବର୍ଷା ଯୋଗୁ ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ନା ଆଉ କିଛି ଘଟିଛି, ସେ ନେଇ ତଦନ୍ତ କରାଯାଉଛି ।