କନକବ୍ୟୁରୋ : ଜଳ,ସ୍ଥଳ,ଆକାଶ ସବୁଠି ପାକିସ୍ତାନକୁ କରାଯିବ ବ୍ୟାନ  ।  ଏନେଇ ବିଚାର କରୁଛନ୍ତି ଭାରତ ସରକାର ।   ସୂଚନା ଅନୁସାରେ ପାକିସ୍ତାନ ପାଇଁ ବାୟୁ ଓ ଜଳ ସୀମା ବନ୍ଦ କରିପାରେ ଭାରତ ।  ପହଲଗାମ ଆକ୍ରମଣ ଘଟଣା ପରେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କଡ଼ା କଟକଣା ଲଗାଉଛନ୍ତି ଭାରତ ସରକାର ।  ଏହା ଭିତରେ ମିଳିଛି ବଡ଼ ସୂଚନା ।  ଯେସାକୁ ତେସା ନୀତି ଆପଣାଇ ଭାରତ ଖୁବଶୀଘ୍ର ପାକିସ୍ତାନ ପାଇଁ ବାୟୁ ଓ ଜଳସୀମା ବନ୍ଦ କରିପାରନ୍ତି ।  ଆକାଶ ଓ ସମୁଦ୍ରରେ ଏଣିକି ପାକିସ୍ତାନକୁ ନୋ ଏଣ୍ଟ୍ରି ହୋଇପାରେ ।

Advertisment

ଯଦି କଟକଣା ଲାଗୁ କରାଯାଏ ତେବେ ପଡୋଶୀ ଦେଶକୁ ଭାରି ସମସ୍ୟା ଭୋଗିବାକୁ ପଡିବ ।  ନିକଟରେ ଭାରତ ପାଇଁ ବାୟୁସୀମା ବନ୍ଦ କରିବା ପରେ ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ଯାଉଛି  ।  ଭାରତକୁ ସମସ୍ୟାରେ ପକାଇବାକୁ ଯେଉଁ ଚାଲ୍‌ ଖେଳିଛି , ଏବେ ସେ ସେଥିରେ ନିଜେ ଫସିବାକୁ ଯାଉଛି ଆତଙ୍କୀ  । ପହଲଗାମ ଆକ୍ରମଣ ଘଟଣା ପରେ ମୋଦୀ ସରକାର ପାକିସ୍ତାନ ଉପରେ ୱାଟର ଓ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି  ।  

ରାଗରେ ଭାରତ ପାଇଁ ବାୟୁ ସୀମା ବନ୍ଦ କରିଛି ପାକିସ୍ତାନ  ।  ଏହାର ପରିଣାମ ସୂରୁପ ଭାରତୀୟ ବିମାନ ଉଡାଣ ପାଇଁ ଅଳ୍ପ କିଛି ସମସ୍ୟା ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ତା ଠୁ ବି ଅଧିକ ଝଟକା ଲାଗିବ ପାକିସ୍ତାନକୁ  ।  ଆତଙ୍କୀ ସ୍ଥାନ  ଉପରେ ଯେସାକୁ ତେସା ନୀତି ଆପଣାଇବା ଜରୁରୀ ହୋଇପଡିଛି କଡ଼ା ଜବାବ ଦେବାକୁ ମୋଦୀ ସରକାରଙ୍କ ରଣନୀତି କ’ଣ ରହିବ ତା ଉପରେ ସାରା ବିଶ୍ବର ନଜର ।