କନକ ବ୍ୟୁରୋ : ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘର ନିକଟରୁ ଜବତ ହୋଇଛି ବୋମା । ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ରେଙ୍ଗାଳି କେନାଲ ନିକଟରୁ ୮ଟି ବୋମା ଉଦ୍ଧାର କରିଛି ପୋଲିସ । ତରଭା ଫାଣ୍ଡି ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି । କିଛି ମାସ ପୂର୍ବରୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ଏବେ ପୁଣି ମନ୍ତ୍ରୀଙ୍କ ଘର ନିକଟରୁ ୮ଟି ବୋମା ଜବତ ପରେ ମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଢେଙ୍କାନାଳ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅପରାଧୀଙ୍କ ଟାର୍ଗେଟରେ ଅଛନ୍ତି କି ଖାଦ୍ୟ ଯୋଗାଣ ମନ୍ତ୍ରୀ? ଢେଙ୍କାନାଳ କାଙ୍କଡ଼ପାଳ ଘର ନିକଟରୁ ୮ ବୋମା ଜବତ
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘର ନିକଟରୁ ଜବତ ହୋଇଛି ବୋମା । ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ରେଙ୍ଗାଳି କେନାଲ ନିକଟରୁ ୮ଟି ବୋମା ଉଦ୍ଧାର କରିଛି ପୋଲିସ ।
/kanak/media/media_files/2024/12/28/CptaBrdP95r90ikPjO35.jpg)