କନକ ବ୍ୟୁରୋ : ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ରୋଡ୍ ନଂ–୧, ଜଗନ୍ନାଥ ନଗର, ଭୁବନେଶ୍ୱର ରେ ୨୬  ଜାନୁଆରୀ ୨୦୨୬ ତାରିଖରେ ୭୭ତମ ଗଣତନ୍ତ୍ର ଦିବସ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିମୟ ପରିବେଶରେ ପାଳନ କରାଗଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରାଲି କରାଯାଇଥିଲା ।  କାର୍ଯ୍ୟକ୍ରମର  ଆରମ୍ଭରେ ଅତିଥିମାନଙ୍କ ଆଗମନ ପରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ କରାଗଲା । 

Advertisment

ତା’ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଗଲା ।  ଛାତ୍ରଛାତ୍ରୀମାନେ ସମବେତ ସଙ୍ଗୀତ ପରିବେଷଣ କରି ପରିବେଶକୁ ଦେଶଭକ୍ତିରେ ପୂରଣ କରିଦେଲେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ସାର୍ ଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ପରିବେଷଣ କରାଗଲା।ତା’ପରେ ଛାତ୍ରଛାତ୍ରୀମାନେ ଗୀତ ପରିବେଷଣ କଲେ। ଚତୁର୍ଥ ଶ୍ରେଣୀର ଛାତ୍ର ବିଶ୍ଵଦୀପ ବେହେରା କରାଟି  ପ୍ରଦର୍ଶନ କରି ସମସ୍ତଙ୍କୁ ଆକର୍ଷିତ କଲେ ।

ପୁନର୍ବାର ଛାତ୍ରଛାତ୍ରୀମାନଙ୍କ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ କୁ ଆହୁରି ରଙ୍ଗିନ କରିଦେଲା।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବୈରାଗୀ ସାର୍ ଏବଂ ଶ୍ରୀଯୁକ୍ତ ଗୌରାଙ୍ଗ ସାର୍ ଙ୍କ ଭାଷଣରେ ଗଣତନ୍ତ୍ରର ମୂଲ୍ୟବୋଧ, ଦେଶପ୍ରେମ ଓ ଶିକ୍ଷାର ଗୁରୁତ୍ୱ ବିଷୟରେ ଆଲୋକପାତ କରାଗଲା। ଶ୍ରୀ ଦୀପ୍ତି ରଞ୍ଜନ ସ୍ୱାଇଁ ସାର୍ ଧନ୍ୟବାଦ ଜ୍ଞାପନ କରି କାର୍ୟ୍ୟକ୍ରମର ସମାପନ କଲେ। ଶେଷରେ ସମସ୍ତ ଛାତ୍ରଛାତ୍ରୀ ରାଲିରେ ଯୋଗଦେଇ ଦେଶଭକ୍ତିମୟ ସ୍ଲୋଗାନ ଦେଇ ଗଣତନ୍ତ୍ର ଦିବସର ବାର୍ତ୍ତା ପ୍ରଚାର କଲେ। ସମଗ୍ର କାର୍ୟ୍ୟକ୍ରମ ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ହୋଇଥିଲା ।