କର୍ତ୍ତବ୍ୟପଥରେ ଉଡିଲା ତ୍ରିରଙ୍ଗା । ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି  ।

Advertisment

୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି ।

୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି ।

ପତାକା ଉଡିଲା

ପତାକା ଉଡିଲା Photograph: (kanaknews)

 
କନକ ବ୍ୟୁରୋ : କର୍ତ୍ତବ୍ୟପଥରେ ଉଡିଲା ତ୍ରିରଙ୍ଗ ।  କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଅଛନ୍ତି ।  ମୁଖ୍ୟ ଅତିଥି ଭାବେ  ଯୋଗ ଦେଉଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ  ।  

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ । ତେବେ ସବୁଠାରୁ ବଡ କଥା ପ୍ରବୋବ ସୁବିୟାଣ୍ଟୋ ରାଜନୀତି ଅପେକ୍ଷା ସୈନ୍ୟ କ୍ଷେତ୍ର ସହ ଜଡିତ।   ଯେତେବେଳେ ଭାରତର ପ୍ରଥମ ଗଣତନ୍ତ୍ର ଦିବସ ପାଳିଥିଲା ସେତେବେଳେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେବେଠାରୁ, ଏହା ଚତୁର୍ଥ ଥର ହେବାକୁ ଯାଉଛି ଯାହା ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଭାରତରେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଉଛି। 
 
ଏଥିସହିତ କର୍ତ୍ତବ୍ୟ ପଥରେ ତିନି ସେନାର ମିଳିତ ପରେଡ ଦେଖିବ ଦେଶ। ଯୁଦ୍ଧକ୍ଷେତ୍ରର ଦୃଶ୍ୟାବଳୀ ପ୍ରଦର୍ଶିତ କରିବ  ତିନି ସେନା। କର୍ତ୍ତବ୍ୟପଥର ପରେଡ ଦେଖିବା ପାଇଁ ୬୦୦ ରୁ ଅଧିକ ପଞ୍ଚାୟତ ସଦସ୍ୟ ବିଶେଷ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଅତିଥିମାନଙ୍କୁ ସେମାନଙ୍କ ପଞ୍ଚାୟତରେ ପ୍ରମୁଖ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନ କରାଯାଇଛି । ଏହା ବ୍ୟତିତ  ସରକାରଙ୍କ ତରଫରୁ କ୍ରୀଡାରେ ଉନ୍ନତ୍ତ ପ୍ରଦର୍ଶନ କରିଥିବା ଏବଂ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଆମନ୍ତ୍ରିତ କରାଯାଇଛି ।  ଏହା ବାଦ ୫୦୦୦ କଳାକାରଙ୍କୁ ନେଇ ୧୧ ମିନିଟର ଏକ ସାଂସ୍କୃତିକ ପ୍ରଦର୍ଶନୀ ଆୟୋଜିତ ହେବ । ଏହି ପ୍ରଦର୍ଶନରେ ଦେଶର ବିଭିନ୍ନ ସ୍ଥାନରୁ 45 ରୁ ଅଧିକ ନୃତ୍ୟ ଶୈଳୀ ସାମିଲ ହେବ ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe