ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ମନମୋହନ ସାମଲ ।

Advertisment

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା । ପତାକା ଉତ୍ତୋଳନ କଲେ ମନମୋହନ ସାମଲ । 

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା । ପତାକା ଉତ୍ତୋଳନ କଲେ ମନମୋହନ ସାମଲ । 

flag hosting

Photograph: (kanaknews)

କନକ ବ୍ୟୁରୋ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଉତ୍ତୋଳନ କରିଥିବାବେଳେ ଦଳର ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ଥିଲେ । ନିଜର ଅଭିଭାଷଣରେ ମନମୋହନ କହଥିଲେ ଗତ ୨୪ ବର୍ଷର ଶାସନ ହଟିଛି, ରାଜନୈତିକ ବ୍ୟବସ୍ଥାକୁ ପରିବର୍ତନ କରିବା ପାଇଁ ଆମେ ସକଳ୍ପ ନେଇଥିଲୁ ଏବଂ କରିଛୁ ।  

ଚାଷୀଙ୍କୁ ଟଙ୍କା, ସୁଭଦ୍ରା ଯୋଜନା, ଭତା ଏ ସବୁ ଲୋକଙ୍କ ପାଖେ ପଂହଚାଉଛୁ । ଲୋକଙ୍କ ବିକାଶ କଲେ ଲୋକ ବିଜେପିକୁ ଭୋଟ ଦେଇ ଗର୍ବ କରିବେ । ଆମେ ଅସ୍ମିତା କହି ଲୋକଙ୍କ ପାଖେ ଅଛୁ, ଓଡିଶା ଲୋକେ ନୂଆ ଓଡିଶା, ବିକଶିତ ଓଡିଶା ଦେଖିବେ। ଆଗାମୀ ଦିନରେ ସରକାର ଓ ଆମ ଦଳ ଏକ ହୋଇ ୫ ବର୍ଷ ଭିତରେ ଅଧିକାଂଶ କାମ କରିବା ପାଇଁ ସଂକଳ୍ପ ନେଇଛୁ ।  ଯୁବ ଶକ୍ତି ହିଁ ଆଗକୁ ବଢିବ, ସବୁ କାମକୁ କରି ଦେଖାଇବ । ଯୁବ ସମାଜ ଉପରେ ଆକାଂକ୍ଷା ରଖିଛନ୍ତି ମନମୋହନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe