ଆମ ଓଡିଶା କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ପାଳିତ : ଯୋଗ ଦେଲେ ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ

Advertisment

ସମ୍ବାଦ ତଥା ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକ ପତାକା ଉତ୍ତୋଳନ କରିଛନ୍ତି  , ସମ୍ବିଧାନକୁ ବିପଦ ଥିବା କୁହାଯାଉଛି ଏହାକୁ କେମିତି ସୁରକ୍ଷିତ କରିବା ସେ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ    ସମ୍ବିଧାନ ନ ରହିଲେ ଆମ ସାଧାରଣତନ୍ତ୍ର ଦିବସ ପାଳନର କୌଣସି ମହତ୍ତ୍ୱ ରହିବ ନାହିଁ 

ସମ୍ବାଦ ତଥା ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକ ପତାକା ଉତ୍ତୋଳନ କରିଛନ୍ତି  , ସମ୍ବିଧାନକୁ ବିପଦ ଥିବା କୁହାଯାଉଛି ଏହାକୁ କେମିତି ସୁରକ୍ଷିତ କରିବା ସେ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ    ସମ୍ବିଧାନ ନ ରହିଲେ ଆମ ସାଧାରଣତନ୍ତ୍ର ଦିବସ ପାଳନର କୌଣସି ମହତ୍ତ୍ୱ ରହିବ ନାହିଁ 

somyaranjan patnaik

somyaranjan patnaik Photograph: (KanakNews )

କନକବ୍ୟୁରୋ : ଆମ ଓଡିଶା କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ପାଳିତ ହୋଇଛି  ।  ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଓ ଆମ ଓଡିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି। ସମ୍ବିଧାନକୁ ବିପଦ ଥିବା କୁହାଯାଉଛି,  ଏହାକୁ କେମିତି ସୁରକ୍ଷିତ କରିବା ସେ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ । 

ସମ୍ବିଧାନ ନରହିଲେ ସାଧାରଣତନ୍ତ୍ର ଦିବସ ପାଳନର କୌଣସି ମହତ୍ତ୍ୱ ରହିବ ନାହିଁ। ଏଥିପାଇଁ ଆମ ଓଡିଶା ପକ୍ଷରୁ ଭାଷାକୁ ସମୃଦ୍ଧ କରିବା, ଯୁବକଙ୍କୁ ସଚେତନ କରିବା, ମହିଳାଙ୍କୁ ଆଗେଇବା ଏବଂ ବୟସ୍କଙ୍କ ଅନୁଭବ ବାଣ୍ଟିବା କାର୍ଯ୍ୟକ୍ରମ ହାତକୁ ନେଉଛୁ ବୋଲି କହିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକ । 

ଏହାସହ ଶ୍ରୀପଞ୍ଚମୀଠାରୁ ଆମ ଓଡିଶା ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବ ।  ଏବଂ ଆମ ଓଡିଶା, ଓଡିଶାର ସବୁଠାରୁ ବଡ଼ ପରିବାର ହେବ ବୋଲି କହିଛନ୍ତି ଆମ ଓଡିଶା ସମ୍ପାଦକ ଅରବିନ୍ଦ ଦାସ  ।  କାର୍ଯ୍ୟକ୍ରମରେ ଆମ ଓଡିଶାର ସମ୍ପାଦକ ଅରବିନ୍ଦ ଦାସ, ମାସିକ ପତ୍ରିକା ପୌରୁଷର ସମ୍ପାଦକ ଅସିତ ମହାନ୍ତି, ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଏବଂ ଆମ ଓଡିଶା କାର୍ଯ୍ୟାଳୟର ସହକର୍ମୀମାନେ ଉପସ୍ଥିତ ରହିଥିଲେ। 
 

ଏଥିସହ  ସମ୍ୱାଦ କାର୍ଯ୍ୟାଳୟରେ ପାଳିତ ହୋଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ସମ୍ବିଧାନ ପ୍ରତି ସମର୍ପିତ ମନୋଭାବ ରଖିବା ସମସ୍ତଙ୍କ ଦାୟିତ୍ୱ। ସମ୍ୱିଧାନର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ । ସମ୍ବିଧାନ ନରହିଲେ ସାଧାରଣତନ୍ତ୍ର ଦିବସ ପାଳନର କୌଣସି ମହତ୍ତ୍ୱ ରହିବନି ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe