କନକ ବ୍ୟୁରୋ : ଭାରତ ପାଳୁଛି ୭୬ତମ ଗଣତନ୍ତ୍ର ଦିବସ । କର୍ତ୍ତବ୍ୟପଥରେ ପରାକ୍ରମ ଦେଖାଉଛି ତିନି ସେନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟପଥରେ ଆୟୋଜିତ ରାଜକୀୟ ସମାବେଶ ସାମିଲ ହେବା ପାଇଁ ଇଣ୍ଡୋନେସିଆର ରାଷ୍ଟ୍ରପତି ସହିତ ପହଞ୍ଚିଥିଲେ । ଆଉ ତ୍ରିରଙ୍ଗା ଉଡାଇଥିଲେ । ଗଣତନ୍ତ୍ର ଦିବସରେ ଲକ୍ଷପତି ଦିଦିର ଝଲକ । ଏହାପରେ କର୍ତ୍ତବ୍ୟପଥରେ ପରେଡ ଆରମ୍ଭ ହୋଇଥିଲା ।  

Advertisment

ଏହି ସମୟରେ କେନ୍ଦ୍ରସରକାରଙ୍କ ଅନୁସାରେ  କାର୍ଯ୍ୟକାରୀ ହୋଇଥିବା ପ୍ରତ୍ୟେକ ଯୋଜନାର  ଝଲକ ଦେଖିବାକୁ ମିଳିଥିଲା । ତେବେ ସେଥିମଧ୍ୟରୁ କର୍ତ୍ତବ୍ୟପଥରେ ଲକ୍ଷପତି ଦିଦି ଯୋଜନାର ଝଲକ ଥିଲା ସ୍ବତନ୍ତ୍ର । ତେବେ ମୋଦୀ ସରକାରଙ୍କ  ବିଭିନ୍ନ ଯୋଜନା ମଧ୍ୟରୁ  ଲକ୍ଷପତି  ଦିଦି ଯୋଜନା ଖୁବ୍‌ ଖାସ୍‌ ।  କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଥିଲା ଲକ୍ଷପତି ଦିଦି । ହାତରେ  ଟଙ୍କା ଧରି  ଜଣେ ମହିଳାର ମୂର୍ତ୍ତି  ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିଥିଲା ।  ଆଉ ସାଥିରେ  ତାଙ୍କ ନିକଟରେ ଥୁଆ ହୋଇଥିଲା କ୍ୟୁଆର କୋର୍ଡ ।  ଲକ୍ଷପତି ଦିଦିଙ୍କ ଏହି ମେଢ  ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ବାରା ପରିବେଶଣ କରାଯାଇଛି ।