ନିର୍ବାଚନ ପୂର୍ବରୁ ସରଗରମ ବିହାର ରାଜନୀତି,  ଭେଟି ଦେଲେ ମୋଦୀ ଓ ନୀତୀଶ

ମହିଳାଙ୍କ ଆକାଉଣ୍ଟକୁ ଗଲା ୧୦ ହଜାର ଲେଖାଏଁ ଟଙ୍କା । ଉପକୃତ ହେବେ ୭୫ ଲକ୍ଷ ମହିଳା ।

ବିହାର ପାଇଁ ବଡ଼ ଘୋଷଣା

ବିହାର ପାଇଁ ବଡ଼ ଘୋଷଣା Photograph: (Kanaknews)

କନକ ବ୍ୟୁରୋ: ବିହାରରେ ରାଜନୀତି ଯେତିକି ପାଖଉଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଘୋଷଣା ବଢ଼ିବଢ଼ି ଚାଲିଛି । ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି, ମୁଖ୍ୟମନ୍ତ୍ରୀ ନୀତିଶ ଏବେ ମହିଳାଙ୍କ ପାଇଁ ବଡ଼ ଯୋଜନା କରିଛନ୍ତି । ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପହଞ୍ଚିଛି। ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ କନଫରେନ୍ସରେ ଉଦଘାଟନ୍‌ କରିଛନ୍ତି । ମୋଦୀ କହିଛନ୍ତି, ‘ନରେନ୍ଦ୍ର ଓ ନୀତୀଶ ଆପଣଙ୍କ ଦୁଇ ଭାଇ । 

ସେମାନେ ରାଜ୍ୟର ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ବୃଦ୍ଧି କରିବାରେ ସହାୟକ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି, ବିହାରରେ ପୂର୍ବରୁ ଲୁଣ୍ଠନ ସରକାର ସମୟରେ ରାଜ୍ୟରେ ଅନେକ ଭ୍ରଷ୍ଟାଚାର ଓ ଅରାଜକତା ଥିଲା, ଯାହାର ସବୁଠାରୁ ବଡ଼ ପ୍ରଭାବ ମହିଳାମାନଙ୍କ ଉପରେ ପଡ଼ିଥିଲା । ୭୫ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe