କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଲାଗିଲା ୭୫ଲକ୍ଷ ଗଛ । ଦିନ ଗୋଟାଏ ୧୩ ମିନିଟରେ ଏହି ଲକ୍ଷ୍ୟ ହାସଲ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । କିନ୍ତୁ ବୃକ୍ଷରୋପଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ଦିନ ୨ଟା ୧୭ମିନିଟ ସୁଦ୍ଧା ମେରୀ ଲାଇଫ ପୋର୍ଟାଲରେ ଅପଲୋଡ ହୋଇଥିବା ଚାରା ସଂଖ୍ୟା ୧ କୋଟି ୪ହଜାର ୪୦୯ରେ ପହଞ୍ଚିଛି । ସେପ୍ଟେମ୍ବର ୩୦ଯାଏଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆଜି ବୃକ୍ଷ ରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି । ଗତ ଥର ଏହି କାର୍ଯ୍ୟକ୍ରମରେ ସାଢେ ୬କୋଟି ଗଛ ଲାଗିଥିଲା । ଏଥର ଓଡିଶାକୁ ଯେଉଁ ସାଢେ ୭ କୋଟି ଲକ୍ଷ୍ୟ ଦିଆଯାଇଛି ତାକୁ ପୂରଣ କରିବ । ପୁଣି ଥରେ ବୃକ୍ଷ ରୋପଣ କରି ମେରୀ ଲାଇଫ ପୋର୍ଟାଲ ରେ ସେଲ୍ଫି ଅପାଲୋଡ଼ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।
ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଲାଗିଲା ୭୫ ଲକ୍ଷ ଗଛ : ଦିନ ଗୋଟାଏ ପରେ ଲକ୍ଷ୍ୟ ହାସଲ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ
ଦିନ ଗୋଟାଏ ୧୩ ମିନିଟରେ ଏହି ଲକ୍ଷ୍ୟ ହାସଲ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । କିନ୍ତୁ ବୃକ୍ଷରୋପଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।
/kanak/media/media_files/2025/09/17/plant-2025-09-17-16-14-19.jpg)