କନକ ବ୍ୟୁରୋ: ଉତ୍କଟ ବାୟୁ ପ୍ରଦୂଷଣ ପାଇଁ ସନ୍ତୁଳି ହେଉଛନ୍ତି ରାଜଧାନୀ ଦିଲ୍ଲୀବାସୀ । ବିଗତ ଏକ ମାସ ହେବ ଦିଲ୍ଲୀରେ ବାୟୁର ଗୁଣବତ୍ତାମାନ ବିଷାକ୍ତ ସ୍ତରକୁ ଖସିଆସିଛି । ଯେଉଁଥିପାଇଁ ଦେଖାଦେଇଛି ସ୍ବାସ୍ଥ୍ୟ ସମସ୍ୟା । ପ୍ରତି ଘରେ ଏବେ ଦେଖାଦେଲାଣି ବିଭିନ୍ନ ପ୍ରକାର ରୋଗ । ଯାହାକୁ ନେଇ ଏବେ ଚିନ୍ତାରେ ସରକାର ଓ ଦିଲ୍ଲୀବାସୀ ।
- ଘାତକ ହେଉଛି ଦିଲ୍ଲୀର ‘ବାୟୁ’ ପ୍ରଦୂଷଣ
- ଦିଲ୍ଲୀର ୭୫ ପ୍ରତିଶତ ପରିବାର ଆକ୍ରାନ୍ତ
ପ୍ରଦୂଷଣ ହେତୁ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏକ ସର୍ଭେ ଆରମ୍ଭ ହୋଇଥିଲା । ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି...
ଦିଲ୍ଲୀରେ କାଳ ସାଜିଛି ବାୟୁ ପ୍ରଦୂଷଣ
- ପ୍ରତ୍ୟେକ ପରିବାର ଜଣେ ସଦସ୍ୟ ଅସୁସ୍ଥ
- ୭୫% ପରିବାର ପ୍ରଦୂଷଣରେ ଆକ୍ରାନ୍ତ
- ୫୦% ପରିବାର ଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତ
- ଗୁରୁଗ୍ରାମ, ଦିଲ୍ଲୀ, ଫରିଦାବାଦ,ନୋଏଡ ଓ ଗାଜିଆବାଦ ସବୁଠୁ ଅଧିକ ଆକ୍ରାନ୍ତ
- ୨୧ହଜାର ଲୋକଙ୍କୁ ନେଇ ସର୍ଭେ କରାଯାଇଛି
- ଅଧିକାଂଶଙ୍କ ନିକଟରେ ମୁଣ୍ଡବିନ୍ଧା ଲକ୍ଷଣ ପ୍ରକାଶ ପାଉଛି
- କିଛି ଲୋକଙ୍କ ନିକଟରେ କାଶ, ନିଶ୍ବାସପ୍ରଶ୍ବାସ କଷ୍ଟ ଅନୁଭବ ହୋଇଛି
- ଦିଲ୍ଲୀର ଏକ୍ୟୁଆଇ ୪ଶହ ଟପିବାପରେ ଗ୍ରାଫ ଫୋର ଲାଗୁ
ସେପଟେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ପାଇଁ ଚିନ୍ତାରେ ସରକାର । ଦିଲ୍ଲୀ ଆପ ସରକାରର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତକାଲି ଜରୁରୀ ବୈଠକ କରିଛନ୍ତି । ସ୍ଥିତି ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ୫୦% କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲ ଓ କେଲଜ ଗୁଡିକୁ ଅନଲାଇନ୍ କ୍ଲାସ ନେବା ପାଇଁ କୁହାଯାଇଛି । ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ପାଇଁ ଚିନ୍ତାରେ ରାଜଧାନୀବାସୀ । ସ୍ଥିତି ଯଦି ନ ସୁଧିରିବ ତେବେ ଆଗକୁ ଦିଲ୍ଲୀରେ ଭୟଙ୍କର ସ୍ଥିତି ଉପୁଜିପାରେ ।