କନକ ବ୍ୟୁରୋ: ବୟସ ୭୦ ଟପିଲାଣି
ହାର୍ଟ ବାଇପାସ୍ ସର୍ଜରି ହୋଇଛି
ତଥାପି ଡରଭୟ ନାହିଁ
ଜାତୀୟ ସ୍ତରୀୟ ୱେଟଲିଫ୍ଟିଂରେ ଜିତିଲେଣି ୪ ସ୍ବର୍ଣ୍ଣ ପଦକ
ଏସବିଆଇର ଅବସରପ୍ରାପ୍ତ ଅଧିକାରୀ ଡିଭି ଶଙ୍କର ରାଓ , ବୟସ ବଢ଼ିଗଲାଣି ମନରେ କିନ୍ତୁ ଭାରୀ ଦମ୍ଭ । ହାର୍ଟ ସର୍ଜରି ହୋଇ ମଧ୍ୟ ତାଙ୍କ ମନୋବଳ ଭାଙ୍ଗିନି । ନିଜକୁ ଫିଟ୍ ରଖିବାକୁ ପ୍ରତିଦିନ କରୁଛନ୍ତି ବ୍ୟାୟାମ ,ଯୋଗ । ଜାତୀୟ ସ୍ତରରେ ଭାରୋତ୍ତୋଳନରେ କରୁଛନ୍ତି କମାଲ । ଜାତୀୟ ସ୍ତରରେ ଏକାଧିକ ଭାରୋତ୍ତୋଳନ ପ୍ରତିଯୋଗିତାରେ ଜିତି ସାରିଲେଣି ଚାରି ଚାରୋଟି ସ୍ବର୍ଣ୍ଣ ପଦକ । ଏହାସହ ଡିଭି ଶଙ୍କର ରାଓ ରଚିଛନ୍ତି ଇତିହାସ । କାରଣ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ବାଇପାସ୍ ହାର୍ଟ ସର୍ଜରି ପରେ ବି ୱେଟଲିଫ୍ଟିଙ୍ଗ ପରି କ୍ରୀଡାରେ ଚାମ୍ପିଅନ୍ ହୋଇଛନ୍ତି ।ଏଥିପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।