ନଈର ପ୍ରଖର ସ୍ରୋତରେ ବୁଡ଼ି ମରିଗଲେ ୭୩ ମଇଁଷି: କେନ୍ଦ୍ରାପଡ଼ା ଆଳିରୁ ଆସିଲା ଲୋମଟାଙ୍କୁରା ଚିତ୍ର

ଆଜି ଦିନ ପ୍ରାୟ ୧୧ଟା ବେଳେ ଏମାନେ ମଇଁଷି ଗୁଡିକୁ ଚରାଇବା ପାଇଁ ଗଳିଆ ନଈ ପାର ହେଉଥିଲେ। କିନ୍ତୁ ହଠାତ ନଦୀରେ ସ୍ରୋତ ଅଧିକ ହୋଇଯାଇଥିଲା। ଫଳରେ ମଇଁଷିମାନେ ପହଁରି ଆଗକୁ ଯାଇପାରିନଥିଲେ। ମଇଁଷି ଗୁଡିକ ନଦୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି।

02

Photograph: (kanak news)

କନକ ବ୍ୟୁରୋ: ନଈର ପ୍ରଖର ସ୍ରୋତରେ ବୁଡ଼ି ମରିଗଲେ ୭୩ଟା ମଇଁଷି। କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଏହି କରୁଣ ଚିତ୍ର ଦେଖିବାକୁ ମିଳିଛି। ଆଳି ବ୍ଲକ ଏକମାଣିଆ ଗାଁର ଗଣେଶ ଦାସ, ଜଗନ୍ନାଥ ଦାସ ଓ ପାଗଳା ବିଶ୍ୱାଳଙ୍କର ପ୍ରାୟ ୭୩ଟି ମଇଁଷି ହଠାତ ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି । ଆଜି ଦିନ ପ୍ରାୟ ୧୧ଟା ବେଳେ ଏମାନେ ମଇଁଷି ଗୁଡିକୁ ଚରାଇବା ପାଇଁ ଗଳିଆ ନଈ ପାର ହେଉଥିଲେ। କିନ୍ତୁ ହଠାତ ନଦୀରେ ସ୍ରୋତ ଅଧିକ ହୋଇଯାଇଥିଲା। ଫଳରେ ମଇଁଷିମାନେ ପହଁରି ଆଗକୁ ଯାଇପାରିନଥିଲେ। ମଇଁଷି ଗୁଡିକ ନଦୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଏକାସାଙ୍ଗରେ ଏତେ ସଂଖ୍ୟକ ମଇଁଷିଙ୍କର ମୃତ୍ୟୁ ହୋଇଥିବାରୁ ୪ଟି ପରିବାର ବେଉସା ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe