କନକ ବ୍ୟୁରୋ: ହେଇଟି ଶୁଣୁଚ...ଉଠିଲ ଉଠିଲ ପାଣି ଟିକେ ପିଇଦିଅ । ପାଣି ପିଇ ସାରିଲା ପରେ ମୁଁ ତୁମ ମୁଣ୍ଡ କୁଣ୍ଡାଇଦେବି, ତମ ହାତ ଧରିକି ଏଇ ଦାଣ୍ଡ ଅଗଣାରେ ବୁଲାଇ ଆଣିବି, ତମକୁ ଟିକେ ଭଲ ଲାଗିବ । ଆଉ କେତେ ଦିନ ଏମିତି ବିଛଣାରେ ପଡ଼ିକି ରହିବ ଯେ !! ଜଣେ ଅସହାୟ ବୃଦ୍ଧଙ୍କ ତାଙ୍କ ସ୍ତ୍ରୀ ପାଇଁ ଏମିତି ଭାବନା ।
ଜୀବନର ଶେଷ ପାହାଚ ଯେବେ ସଞ୍ଜ ଭଳି ନଇଁ ନଇଁ ଆସେ ସେତେବେଳେ ନା ସମୟ ସାଥ୍ ଦିଏ ନା ଭାଗ୍ୟ ଦିଏ ଭରସା । ଏତିକିବେଳେ ଏଭଳି ବୃଦ୍ଧ ଦମ୍ପତିଙ୍କ ପାଇଁ ଆବଶ୍ୟକ ଥାଏ କିଛି ସହଯୋଗ ଆଉ କିଛି ସାହାରା । ଆମେ କହୁଛୁ ନୂଆପଡ଼ା ସଦର ବ୍ଲକ ଗୁଡ଼ାପତରା ଗାଁର ବୃଦ୍ଧ ଦମ୍ପତିଙ୍କ କଥା । ୭୨ ବର୍ଷର ପାନସିଂ ବରିହା ନିଜ ରୋଗିଣା ପତ୍ନୀ ମୟାବତୀ ବରିହାଙ୍କ ସହ ରୁହନ୍ତି । ଆଜକୁ ଆଠବର୍ଷ ହେଲା ସ୍ତ୍ରୀ ପକ୍ଷାଘାତରେ ପୀଡ଼ିତ ହୋଇ ଶଯ୍ୟାଶାୟୀ । ଅନେକ ଚିକିତ୍ସା ପରେ ମଧ୍ୟ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଟିକେ ବି ସୁଧାର ଆସୁନାହିଁ । ହେଲେ ବି ସାତ ଜନମ ପାଇଁ କଥା ଦେଇଥିବା ପନସିଂ ପତ୍ନୀଧର୍ମ ନିଭାଇବାରେ ଟିକେ ହେଳା କରୁନାହାନ୍ତି । ପ୍ରେମର ପାନିଆରେ ମୁଣ୍ଡ କୁଣ୍ଡାଇଦେଉଛନ୍ତି, ଆଦରରେ ପାଣି ପିଆଇଦେଉଛନ୍ତି । ଏପରିକି ରୋଷେଇ କରି ବାସନ ବି ଧୋଇଦେଉଛନ୍ତି ।
ଅଧିକ ପଢନ୍ତୁ... ବିଧାନସଭା ବାଚସ୍ପତି ପଦ କିଏ ନେବ? ବିଜେପି-ଜେଡିୟୁ ଭିତରେ ଟଣାଓଟରା
ବିଡ଼ମ୍ବନାର କଥା ହେଲା ଯେ ଏତେ ବଡ଼ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । ନା ପିଲାଛୁଆ ଅଛନ୍ତି ନା କେହି ସମ୍ପର୍କୀୟ ପଚାରୁଛନ୍ତି । ସ୍ୱାମୀ ପାନସିଂ ଏହି ବୟସରେ ସ୍ତ୍ରୀଙ୍କ ସେବା କରୁଛନ୍ତି । ବଡ଼କଥା ହେଉଛି ପାନସିଂ ନିଜେ ଅସୁସ୍ଥ ଅଛନ୍ତି ଆଉ ଦୁହିଁଙ୍କ ପେଟକୁ ଦାନା ଯୋଗାଇବାକୁ ବି ତାଙ୍କ ପାଖରେ ଏ ଭଙ୍ଗା ଘରକୁ ଛାଡ଼ିଦେଲେ ପାଖରେ କିଛି ନାହିଁ ।
ଆହୁରି ପଢ଼ନ୍ତୁ : ବଲିଉଡ୍ରେ ଶୋକର ଛାୟା, ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର
ଏପଟେ ସ୍ତ୍ରୀ ମାୟାବତୀଙ୍କ ବୟସ ୬୦ ଟପିଲାଣି କିନ୍ତୁ ତାଙ୍କୁ ଭତ୍ତା ମିଳୁନି । ସ୍ବାମୀ ପାନସିଂଙ୍କୁ ମାସକୁ ହଜାର ଟଙ୍କା ଭତ୍ତା ମିଳୁଥିବାବେଳେ ସେଥିରେ ସ୍ତ୍ରୀର ମେଡିସିନ, ଘରର ସଉଦା ବି ଆଣିବାକୁ ପଡ଼େ । ଖାଲି ସରକାର ଦେଉଥିବା କେଇ କେଜି ଚାଉଳରେ କଷ୍ଟେମଷ୍ଟେ ଚଳୁଛନ୍ତି ଉଭୟ । ଏ ଖବର ପଢ଼ିବା ପରେ ଅସହାୟ ବରିହା ଦମ୍ପତିଙ୍କୁ ସରକାର ସହାୟତା କରି, ବାକିଥିବା ଜୀବନକୁ ଟିକେ ଶାନ୍ତିରେ ବଞ୍ଚିବାକୁ ବାଟ ଦେଖାଇବେ ବୋଲି ଆଶା କରୁଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/24/helpless-old-couple-2025-11-24-16-27-48.jpg)