ବାତ୍ୟା ମୋନ୍ଥା ଭୟ, ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ କରାଗଲା ସ୍ଥାନାନ୍ତର

ପାଖାପାଖି ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ୧୪ଟି ଭୂସ୍ଖଳନ ଜାଗା ଚି଼ହ୍ନଟ କରାଯାଇଛି । ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି ।

14

70 Pregnant Women Shifted to Safe Locations Ahead of Cyclone Photograph: (KanakNews)

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ମୋହନା, ଆର. ଉଦୟଗିରି ଓ ନୂଆଗଡ ଅଞ୍ଚଳରେ ବର୍ଷା ଲାଗି ରହିଛି । ମୋହନା ବ୍ଲକରେ ୪୧ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ପାଖାପାଖି ୭୦ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ୧୪ଟି ଭୂସ୍ଖଳନ ଜାଗା ଚି଼ହ୍ନଟ କରାଯାଇଛି । ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ନିଜେ ଉପଜିଲ୍ଲାପାଳ ଅନୁପ ପଣ୍ଡା ବିଭିନ୍ନ ଜାଗାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ଅଗ୍ନିଶମ ବିଭାଗର ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe