କନକବ୍ୟୁରୋ : ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ । କାରଣ ରାଜ୍ୟରେ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି । ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ହେଲେ ବର୍ତ୍ତମାନ ରାଜ୍ୟରେ ସୁଦ୍ଧା ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ-କେୱାଇସି କରିନାହାନ୍ତି ।
ଏହା ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି । ଜିଲ୍ଲାରେ ୫ ଲକ୍ଷ ୪୨ ହଜାର ୮୧ ଜଣ ଇ-କେୱାଇସି କରିନାହାନ୍ତି । କେବଳ ଗଞ୍ଜାମ ନୁହଁ, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁରରେ ୪ ଲକ୍ଷରୁ ଅଧିକ କରିନାହାନ୍ତି ଇ-କେୱାଇସି । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ରହୁଥିବା ୯୪ ହଜାର ୬୫ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/19/esHup0uUEnwB2Lq8JVYE.jpg)