କନକ ବ୍ୟୁରୋ : ୭ ବର୍ଷର ନିଷ୍ପାପ ଝିଅକୁ ବି ଛାଡିଲାନି ରାକ୍ଷସ । ଢେଙ୍କାନାଳ ହିନ୍ଦୋଳ ଥାନା ଅଂଚଳରେ ଜଣେ ୭ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ଗଣଦୁଷ୍କର୍ମ ପରେ ଗାଁ ପାଖ ଏକ ଗଛ ମୂଳରେ ଶିଶୁକନ୍ୟାକୁ ତାଳପତ୍ର ଘୋଡାଇ ଫେରାର ହୋଇଯାଇଛି ।  ଶିଶୁକନ୍ୟା ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ହିନ୍ଦୋଳ ପୋଲିସ, ସାଇଣ୍ଟିଫିକ୍ ଟିମ୍  ଏବଂ ଡଗ ସ୍କ୍ଵାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । 

Advertisment

ପରିବାର ଲୋକଙ୍କ କହିବା ଅନୁସାରେ, ଶିଶୁକନ୍ୟା ଶନିବାର ଦିନ ଖେଳିବାକୁ ବାହାରକୁ ଯାଇଥିଲା । ପରିବାର ଲୋକ ଶିଶୁକୁ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ଗାଁ ପାଖ ଏକ ଗଛମୂଳରେ ଶିଶୁକନ୍ୟାକୁ ତାଳପତ୍ର ଘୋଡ଼ା ଅବସ୍ଥାରେ ଠାବ କରାଯାଇଥିଲା ।  ଜଣେ ୭ ବର୍ଷର ଶିଶୁକନ୍ୟାକୁ ଏଭଳି ଦୁଷ୍କର୍ମ ଘଟଣାକୁ ସ୍ଥାନୀୟ ଲୋକେ ଗ୍ରହଣ କରିପାରୁନାହାନ୍ତି । 

 ପୁଲିସର କହିବା ଅନୁସାରେ, ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି । 

ଦୁଷ୍କର୍ମ ଘଟଣାର ବିଚାର ଢେଙ୍କାନାଳ ପକ୍ସୋ କୋର୍ଟରେ ହେବ । ଏଥିପାଇଁ ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି । ଅଭିଯୁକ୍ତକୁ କାଲି ପକ୍ସୋ କୋର୍ଟରେ ହାଜର କରାଯିବ ।