ସମୁଦ୍ର ମଝିରେ କ୍ରାସ୍ ଲ୍ୟାଣ୍ଡିଂ କଲା ପବନ ହଂସ ହେଲିକପ୍ଟର: ଅଳ୍ପକେ ବର୍ତ୍ତିଲା ୭ ଜଣଙ୍କ ଜୀବନ

Advertisment

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଏକ ପବନ ହଂସ ହେଲିକପ୍ଟର ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ପାଇଲଟ୍ ଏକ ଗମ୍ଭୀର ଯାନ୍ତ୍ରିକ ସମସ୍ୟା ଲକ୍ଷ୍ୟ କରିଥିଲେ ।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଏକ ପବନ ହଂସ ହେଲିକପ୍ଟର ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ପାଇଲଟ୍ ଏକ ଗମ୍ଭୀର ଯାନ୍ତ୍ରିକ ସମସ୍ୟା ଲକ୍ଷ୍ୟ କରିଥିଲେ ।

carsh

carsh Photograph: (kanak news)

କନକ ବ୍ୟୁରୋ : ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଯାଉଥିବା ଏକ ପବନ ହଂସ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ସମୁଦ୍ରରେ ଖସି ପଡ଼ିଛି । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏଥିରେ ଥିବା ସମସ୍ତ ସାତ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଏକ ପବନ ହଂସ ହେଲିକପ୍ଟର ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ପାଇଲଟ୍ ଏକ ଗମ୍ଭୀର ଯାନ୍ତ୍ରିକ ସମସ୍ୟା ଲକ୍ଷ୍ୟ କରିଥିଲେ। ଏକ ଜନବହୁଳ ଅଞ୍ଚଳ କିମ୍ବା ଜଙ୍ଗଲରେ ଅବତରଣ କରିବା ପରିବର୍ତ୍ତେ ପାଇଲଟ୍ ସାହସ ଓ ବୁଦ୍ଧିମତ୍ତା ପ୍ରଦର୍ଶନ କରି ଆଣ୍ଡାମାନ ସାଗରରେ କ୍ରାସ୍-ଲ୍ୟାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହୋଇଥିଲା । ହେଲିକପ୍ଟରଟି ଖସି ପଡ଼ିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପବନ ହଂସ ମୁଖପାତ୍ରଙ୍କ ଅନୁଯାୟୀ, ହେଲିକପ୍ଟରରେ ଦୁଇଜଣ କ୍ରୁ ସଦସ୍ୟ ଓ ପାଞ୍ଚ ଜଣ ଯାତ୍ରୀ ସମେତ ସାତ ଜଣ ଥିଲେ। କ୍ରାସ୍ ଲ୍ୟାଣ୍ଡିଂ ପରେ ସାତ ଜଣଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି, କିନ୍ତୁ କେହି ଗୁରୁତର ଆହତ ହୋଇ ନାହାନ୍ତି ।

ଅଧିକ ପଢ଼ନ୍ତୁ---ଆମେରିକାକୁ ଚୀନ୍‌ର ଅପିଲ୍: ବାଣିଜ୍ୟ ଯୁଦ୍ଧରେ କେହି ଜିତିବେ ନାହିଁ, ତୁରନ୍ତ ହଟାଅ ଏକପାଖିଆ ଶୁଳ୍କ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe