ଭରତପୁର ଥାନା ମାମଲାରେ ଗିରଫ ୭ ରୋଡ ରୋମିଓଙ୍କୁ ମିଳିଲା ଜାମିନ

ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ । ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ । ତେଣୁ କାହିଁକି କୋର୍ଟ ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରଥିଲେ କୋର୍ଟ ।

Bail

କନକ ବ୍ୟୁୁରୋ : ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଗଣ୍ଡଗୋଳ ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ଜେଏମଏଫସି ୨ କୋର୍ଟ । ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ । ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ । ତେଣୁ କାହିଁକି କୋର୍ଟ ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରଥିଲେ କୋର୍ଟ । ଯାହାର ଉତ୍ତର ଦେଇପାରି ନାହାନ୍ତି ପୁଲିସ ଅଧିକାରୀ ।

ଭୁବନେଶ୍ୱର ସୁନ୍ଦରପୁର ଛକ ନିକଟରେ ଗଣ୍ଡଗୋଳ ନେଇ ଚନ୍ଦକା ଥାନାରେ ମାମଲା ହୋଇଥିଲା । ଯାହାକୁ ନେଇ ଆଜି ୭ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା ପୁଲିସ । ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ ଜବତ କରାଯାଇଥିଲା । ଗୋଟିଏ ଭିଡିଓ ଓ ଦୁଇଟି ଅଡିଓ କ୍ଲିପ ମିଳିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe