କନକ ବ୍ୟୁୁରୋ : ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଗଣ୍ଡଗୋଳ ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ଜେଏମଏଫସି ୨ କୋର୍ଟ । ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ । ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ । ତେଣୁ କାହିଁକି କୋର୍ଟ ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରଥିଲେ କୋର୍ଟ । ଯାହାର ଉତ୍ତର ଦେଇପାରି ନାହାନ୍ତି ପୁଲିସ ଅଧିକାରୀ ।
ଭୁବନେଶ୍ୱର ସୁନ୍ଦରପୁର ଛକ ନିକଟରେ ଗଣ୍ଡଗୋଳ ନେଇ ଚନ୍ଦକା ଥାନାରେ ମାମଲା ହୋଇଥିଲା । ଯାହାକୁ ନେଇ ଆଜି ୭ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା ପୁଲିସ । ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ ଜବତ କରାଯାଇଥିଲା । ଗୋଟିଏ ଭିଡିଓ ଓ ଦୁଇଟି ଅଡିଓ କ୍ଲିପ ମିଳିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/5qmHqSWPWEiCuQpGMANm.jpg)