କନକ ବ୍ୟୁରୋ : କୋଇଡ଼ା ଖଣି ଅଞ୍ଚଳ ୫୨୦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କାର୍ ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳି ଆହତ ହୋଇଛନ୍ତି । ଫୁଟବଲ୍ ମ୍ୟାଚ୍ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ରେଙ୍ଗାଲବେଢ଼ା ନିକଟରେ କାର୍ ଓ ଟ୍ରଲର୍ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । କୋଇଡ଼ା ଅଞ୍ଚଳର ବନ୍ଦଲ ଗାଁରେ ଫୁଟବଲ୍ ମ୍ୟାଚ୍ ଖେଳି ସାରି କେନ୍ଦୁଝର ଗୁଆଲି ଫେରୁଥିବା ବେଳେ ରେଙ୍ଗାଲବେଢ଼ା ୫୨୦ ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି ।
କାର୍-ଟ୍ରଲର୍ ମଧ୍ୟରେ ଧକ୍କା : ୭ ଫୁଟବଲ୍ ଖେଳାଳି ଗୁରୁତର , କୋଇଡ଼ାରୁ ମ୍ୟାଚ୍ ସାରି ଫେରୁଥିଲେ କେନ୍ଦୁଝର
କାର୍ ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳି ଆହତ ହୋଇଛନ୍ତି । ଫୁଟବଲ୍ ମ୍ୟାଚ୍ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ରେଙ୍ଗାଲବେଢ଼ା ନିକଟରେ କାର୍ ଓ ଟ୍ରଲର୍ ମଧ୍ୟରେ ଧକ୍କା ହୋଇଥିଲା ।
/kanak/media/media_files/2025/09/28/accident-2025-09-28-07-54-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)