କନକ ବ୍ୟୁରୋ : ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଲଘୁଚାପ ପ୍ରଭାବରେ ୨୭ ଓ ୨୮ରେ ଦୁଇଦିନ ରାଜ୍ୟରେ ଅଧିକ ବର୍ଷା ସତର୍କତା ଜାରି କରି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ସେହଭଳି ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।
ଆରବସାଗରରେ ଲଘୁଚାପ
- ୩୬ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ
- ପରବର୍ତ୍ତୀ ସମୟରେ ଏହା ଅବପାତର ରୂପ ନେବ
- ପ୍ରଭାବରେ କର୍ଣ୍ଣାଟକ ଓ ଗୋଆରେ ପ୍ରବଳ ବର୍ଷା
- ଗୋଆ ଓ ମୁମ୍ବାଇରେ ମଧ୍ୟ ପ୍ରବଳ ବର୍ଷୁଛି
ଲଘୁଚାପ ପ୍ରଭାବରେ ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ । ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ମୌସୁମୀ ସକ୍ରିୟ ରହିଲେ ଓଡ଼ିଶା ଆଗମନ ନେଇ ବାଟ ଫିଟିବ । ଏପରିକି ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ବିଭିନ୍ନ ଜିଲ୍ଲାରେ ଏବେ ପ୍ରାକ-ମୌସୁମୀ ବର୍ଷା ଆରମ୍ଭ ହେଲାଣି । ରାଜ୍ୟକୁ ବଙ୍ଗୋପସାଗର ପଟୁ ବାଦଲ ପ୍ରବେଶ ବି ଆରମ୍ଭ ହୋଇଛି । ଆସନ୍ତା ୭ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା । ଆସନ୍ତାକାଲି ୧୩ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।