କନକ ବ୍ୟୁରୋ: ପାର୍ଥସାରଥୀ ଓରଫ୍ ବାବା ଚୈତନ୍ୟାନନ୍ଦଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ । ଦିଲ୍ଲୀରେ ଏକ ଶିକ୍ଷାନୁଷ୍ଠାନରେ ସେ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଫେରାର ହୋଇଯାଇଥିଲେ ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ । ତାଙ୍କୁ ଆଗ୍ରାରୁ ଗିରଫ କରିବା ପରେ ଜେରା ପାଇଁ ପୁଲିସ ରିମାଣ୍ଡରେ ନେଇଛି ।
ଆଶ୍ରମରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କ ଆଗ୍ରାରୁ ଗିରଫ । କୋର୍ଟ ଚାଲାଣ ପରେ ତାଙ୍କୁ ୫ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଅଛନ୍ତି ବାବା । ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର, ମହିଳାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିଯୋଗ ରହିଛି ।
ଏହି ତଥାକଥିତ ବାବାଙ୍କ ଘର ଓଡ଼ିଶାରେ । ଦିଲ୍ଲୀରେ ଦୀର୍ଘ ୧୨ ବର୍ଷ ଧରି ରହିଆସୁଥିଲେ । ଗେରୁଆ ବସ୍ତ୍ର ପିନ୍ଧି ଫୁଲ୍ ବାବା ବେଶରେ ଜମାଇଥିଲେ ଖାଲି ଶିକ୍ଷାନୁଷ୍ଠାନ ଚଳାଉନଥିଲେ, ଥିଲେ ଆଶ୍ରମର ଅପରେଟର୍ ଓ କେୟାରଟେକର୍ । ଗରିବ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ନାଁରେ ବନାଉଥିଲେ ନିଜ କୁକର୍ମର ଶିକାର । ବିଳମ୍ବିତ ରାତି ପ୍ରାୟ ୩ଟା ୩୦ ସମୟରେ ଆଗ୍ରାର ତାଜ ଗଞ୍ଜର ହୋଟେଲରୁ ତାଙ୍କୁ ଗିରଫ କରାଯାଇଛି।
ସଙ୍ଗିନ ଅଭିଯୋଗ ଆସିବା ପରେ ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀ ଓରଫ୍ ପାର୍ଥସାରଥି । ତାଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର୍ ଜାରି କରି ୫ ରାଜ୍ୟରେ ଘାଣ୍ଟୁଥିଲା ଦିଲ୍ଲୀ ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/09/28/fg-2025-09-28-20-51-14.jpg)