କନକ ବ୍ୟୁରୋ : କୋମାରେ ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ଯାତ୍ରୀ ନିବାସ। ଦୀର୍ଘ ୩ ବର୍ଷ ଧରି ବନ୍ଦ ହୋଇପଡ଼ିଛି ୬୭ ଲକ୍ଷ ବ୍ୟୟରେ ନିର୍ମିତ କୋଠା। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଜରାଜୀର୍ଣ୍ଣ ହୋଇଗଲାଣି ୩ ମହଲା ବିଶିଷ୍ଟ ଯାତ୍ରୀ ନିବାସ। ଫଳରେ ରହଣି ଆଶାରେ ଆସୁଥିବା ପର୍ୟ୍ୟଟକ ଓ ଯାତ୍ରୀ ନିରାଶ ହୋଇ ଫେରୁଛନ୍ତି। ଆଉ ଏସବୁ ଜାଣି ଚୁପ ବସିଛି ପ୍ରଶାସନ।
ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର। ଏଠାକୁ ବର୍ଷକ ସାରା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ବାହାରୁ ଆସୁଥିବା ଲୋକଙ୍କ ରହଣି ପାଇଁ ସରକାର ଯାତ୍ରୀ ନିବାସଟିଏ ନିର୍ମାଣ କରିଛନ୍ତି। ହେଲେ ଦିନୁଟିଏ ଏଠାରେ ରହିନାହାନ୍ତି ଯାତ୍ରୀ। କାରଣ ନିର୍ମାଣ ପରଠୁ ଯାତ୍ରୀନିବାସ ମୁଖ୍ୟ ଫାଟକରୁ ଖୋଲିନାହିଁ ତାଲା।
ଭୋଗରାଇ ବ୍ଲକ ଅନ୍ତର୍ଗତ ବାଡ଼ସରିସା ଗାଁରେ ୬୭ ଲକ୍ଷ ଟଙ୍କା ଅନୁଦାନରେ ଠିଆ ହୋଇଛି ୩ ମହଲା ବିଶିଷ୍ଟ କୋଠା। କର୍ମଚାରୀ ନଥିବାରୁ ୨୦୨୪ରୁ ଅସହାୟ ହୋଇପଡ଼ିଛି। ଚନ୍ଦନେଶ୍ୱର ଯାତ୍ରୀ ନିବାସରେ ଝୁଲୁଛି ତାଲା। ଫଳରେ ଏଠାକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।
ସରକାରୀ ତଥ୍ୟ କହୁଛି, ୨୦୦୩ ମସିହାରେ ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ରଫେସର ଡ.ମନ୍ମଥ ନାଥ ଦାସଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ୧୦ଟି ରହିବା ଘର, ୪ଟି କନଫରେନ୍ସ ହଲ୍ ସହିତ ରୋଷେଇ ଘର ଓ ଶୌଚାଳୟ ରହିଛି। ବର୍ଷକର ବିଭିନ୍ନ ସମୟରେ ବିବାହ, ବ୍ରତ ଓ ଯାନିଯାତ୍ରାକୁ ଆସୁଥିବା ପର୍ୟ୍ୟଟକ ଓ ଯାତ୍ରୀ ସ୍ୱଳ୍ପ ମୂଲ୍ୟରେ ଏଠାରେ ଆଶ୍ରୟ ନେଉଥିଲେ। ହେଲେ ପରିଚାଳନା ପାଇଁ ଥିବା କର୍ମଚାରୀଙ୍କ ଅବସର ପରଠୁ କୋମାରେ ଯାତ୍ରୀ ନିବାସ।
ଆବଶ୍ୟକୀୟ କର୍ମଚାରୀ ଓ ପରିଚାଳନା ଗତ ତ୍ରୁଟି ଯୋଗୁଁ ଯାତ୍ରୀ ନିବାସଟି ବନ୍ଦ ହୋଇ ପଡ଼ିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ତୁରନ୍ତ ପୁନଃକାର୍ୟ୍ୟକ୍ଷମ କରିବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a3-2026-03-06-23-13-36.jpg)