ଓଡ଼ିଶାରେ ବାବୁ ମରୁଡି; କେମିତି ଚାଲିବ ସରକାର?

Advertisment

କେମିତି ଚାଲିବ ସରକାର? କେମିତି ନିୟନ୍ତ୍ରିତ ହେବ ଆଇନଶୃଙ୍ଖଳା? ରାଜ୍ୟରେ ଖାଲିପଡିଛି ଏକାଧିକ ଆଇଏଏସ୍ ଆଉ ଆଇପିଏସ୍ ପଦବୀ । ବିଧାନସଭାରୁ ବାବୁଙ୍କ ଅଭାବ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ ।

କେମିତି ଚାଲିବ ସରକାର? କେମିତି ନିୟନ୍ତ୍ରିତ ହେବ ଆଇନଶୃଙ୍ଖଳା? ରାଜ୍ୟରେ ଖାଲିପଡିଛି ଏକାଧିକ ଆଇଏଏସ୍ ଆଉ ଆଇପିଏସ୍ ପଦବୀ । ବିଧାନସଭାରୁ ବାବୁଙ୍କ ଅଭାବ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ ।

ଓଡ଼ିଶାରେ ବାବୁ ମରୁଡି

ଓଡ଼ିଶାରେ ବାବୁ ମରୁଡି Photograph: (KanakNews )

କନକ ବ୍ୟୁରୋ: କେମିତି ଚାଲିବ ସରକାର? କେମିତି ନିୟନ୍ତ୍ରିତ ହେବ ଆଇନଶୃଙ୍ଖଳା? ରାଜ୍ୟରେ ଖାଲିପଡିଛି ଏକାଧିକ ଆଇଏଏସ୍ ଆଉ ଆଇପିଏସ୍ ପଦବୀ । ବିଧାନସଭାରୁ ବାବୁଙ୍କ ଅଭାବ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ ।

ରାଜ୍ୟରେ ୬୭ ଆଇଏଏସ୍ ପଦବୀ ଫାଙ୍କା ପଡିଥିବାବେଳେ, ୬୯ ଆଇପିଏସ୍ ପଦବୀ ଫାଙ୍କା ପଡିଛି । ସେହିପରି ୬୯ ଆଇଏଫଏସ୍ ଆଉ ୨୫୩ ଓଏଏସ୍ ପଦବୀ ଫାଙ୍କା ପଡିଛି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏତେ ଅଭାବ ଭିତରେ କେମିତି  ଚାଲିବ ସରକାର?

ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ କେତେ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ସହ ଓଏଏସ୍ ପଦବୀ ଫାଙ୍କା ପଡିଛି? ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର ମୁତାବକ, ରାଜ୍ୟରେ ଏବେ ବି ୬୭ ଆଇଏଏସ୍, ୬୯ ଆଇପିଏସ୍, ୬୯ ଆଇଏଫଏସ୍ ସହ ୨୫୩ ଓଏଏସ୍, ୨୫୩ ଓପିଏଏସ୍, ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା ଆଉ ୨୬୩ ଓଆରଏସ୍ ପଦବୀ ଫାଙ୍କା ପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe