କନକ ବ୍ୟୁରୋ : ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନରେ ସରକାରଙ୍କର ପାତର ଅନ୍ତର ନୀତି ସ୍ପଷ୍ଟ ଜଣାପଡ଼ୁଛି । ରାଜ୍ୟର ସରକାରୀ ଓ ସରକାରୀ ସାହାଯ୍ୟ ପ୍ରାପ୍ତ କଲେଜରେ ଅଧ୍ୟାପକ ଓ କର୍ମଚାରୀଙ୍କ ଅବସର ପରେ ପେନସନ୍ ମିଳୁଥିବାବେଳେ ୬୬୨ ବର୍ଗର କଲେଜର ଅବସରକାଳୀନ ଅନୁକମ୍ପା ରାଶୀ ପ୍ରଦାନ କରୁନାହାନ୍ତି । ଯାହା ଫଳରେ ଅଧାପକ ଓ କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ବଂଚିବା ଦୁର୍ବିସହ ହୋଇପଡ଼ିଛି । ୧୯୯୦ ମସିହାରେ ଚାକିରୀ ଆରମ୍ଭ କରିଥିବା କର୍ମଚାରୀମାନେ ଅବସର ନେଉଥିଲେ ମଧ୍ୟ ସେମାନଙ୍କୁ କୌଣସି ଅବସରକାଳୀନ ସୁବିଧା ପ୍ରଦାନ କରାଯାଉନାହିଁ । ବର୍ତମାନର ସରକାର ବିରୋଧୀଦଳ ଭୂମିକାରେ ଥିବାବେଳେ ବିଧାନସଭା ଭିତରେ ଓ ବାହାରେ ପେନସନ୍ ଦାବି ଯଥାର୍ଥ ବୋଲି କହୁଥିବାବେଳେ କ୍ଷମତାକୁ ଆସିବା ପରେ ଚୁପ୍ ରହୁଛନ୍ତି । ରାଜ୍ୟର ୭୦ଭାଗ ଉଚ୍ଚଶିକ୍ଷାକୁ ବହନ କରୁଥିବା ଅଧ୍ୟାପକ ଓ କର୍ମଚାରୀମାନେ କ'ଣ ଅପରାଧ କରିଥିଲେ, ସେମାନଙ୍କର ପେନସନ ଓ ଚାକରୀ ସର୍ତାବଳୀ ଲାଗୁ ନକରିବା ଅର୍ଥ ହେଉଛି ସେମାନଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଂଚିତ କରିବା । ଦୀର୍ଘ ୩୦ ବର୍ଷ ଧରି ବିନା ବେତନ ଓ ସ୍ୱଳ୍ପ ବେତନରେ ଏକ ସଂଘର୍ଷପୂର୍ଣ୍ଣ ଜୀବନ ଅତିବାହିତ କରି ଏହି ବ୍ୟକ୍ତିବିଶେଷ ଗ୍ରାମାଂଚଳରେ ଉଚ୍ଚଶିକ୍ଷାର ଭାର ବହନ କରିଥିବା +୨ ଓ +୩ କଜେଲଗୁଡ଼ିକ ଅପରାଧ କରିଛନ୍ତି ବୋଲି ରାଜ୍ୟ ୬୬୨ ସଂଗଠନର ସଭାପତି ଗୋଲକ ନାୟକ ସରକାରଙ୍କୁ ନୈତିକତାର ପ୍ରଶ୍ନ ପଚାରିଛନ୍ତି । ଏହି ବିଷୟକୁ ଆଖୁ ଆଗରେ ରଖି ଆଜି ୬୬୨ ବର୍ଗର ଅଧ୍ୟାପକ/ ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଥାନୀୟ ବନ୍ତଛକରୁ ଏକ ଶାନ୍ତପୂର୍ଣ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ, ନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମାନ୍ୟବର ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲାପାଳ ମାଧ୍ୟମରେ ନିଜର ଦାବିପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ବିଭିନ୍ନ ଦାବି ଯଥା:
 ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ କରିବା ।
 ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳୀ ସହ ଗ୍ରାଚୁଇଟି ଟି ପ୍ରଦାନ ।
 ବାଦ୍ ପଡ଼ିଥିବା କର୍ମଚାରୀମାନଙ୍କୁ ଜି.ଆଇ.ଏ.ରେ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ଦାବୀ ସମୂହ ରହିଛି ।

Advertisment

ରାଜ୍ୟ ସଭାପତି ଅଧ୍ୟାପକ ଗୋଲକ ନାୟକଙ୍କ ପରାମର୍ଶ କ୍ରମେ ଭଦ୍ରକ ଜିଲ୍ଲା ସଭାପତି ତି ଅଧ୍ୟାପକ ଆଦିତ୍ୟ କୁମାର ଜେନା, ସମ୍ପାଦକ ଲକ୍ଷ୍ମୀଧର ନାୟକ, କୋଷାଧ୍ୟକ୍ଷ ତଥା ଉପସଭାପତି ସୁଶାନ୍ତ କୁମାର ବାରିକ, ସହସମ୍ପାଦକ ସତ୍ୟବ୍ରତ ଭାରତୀ, ସୁନନ୍ଦ ମହାନ୍ତି, ସଞ୍ଜୟ ବାହାଲ, ମନୋଜ ପାଢ଼ୀଙ୍କ ନେତୃତ୍ବରେ ଶତାଧକ ଅଧ୍ୟାପକ/ଅଧ୍ୟାପିକା ସରକାରଙ୍କ ପାତର ଅନ୍ତର ନୀତିର ସମାଲୋଚନା କରିଥିଲେ । ଆସନ୍ତା ୧୬.୦୮.୨୦୨୫ରିଖ ଶିକ୍ଷକ ଦାବୀ ଦିବସରେ ସଂଗଠନ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବେ, ଏହାର ପରିଣାମ ପାଇଁ ସରକାର ଦାୟୀ ରହିବେ  ବୋଲି ସଂଘ କହିଛି ।