କନକ ବ୍ୟୁରୋ: ଶୁଦ୍ଧିକ୍ରିୟା ଭୋଜି ଖାଇ ୬୪ ଅସୁସ୍ଥ । ଖବର ପାଇ ଗାଁରେ ପହଁଚିଛନ୍ତି ଡାକ୍ତର ଟିମ୍ । ଯାଜପୁରରେ ଡାଇରିଆ ବ୍ୟାପୁଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ କୁଆପାଲି ଗାଁରୁ ଆସିଛି ଏହି ଖବର । ସୂଚନା ଅନୁସାରେ କୁଆପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଶୁଦ୍ଧକ୍ରିୟା ଭୋଜି ଚାଲିଥିଲା । ଲୋକମାନେ ସେହି ଭୋଜି ଖାଇ ସାରିବା ପରେ ରାତିରେ ଅସୁସ୍ଥତା ଅନୁଭବ କରିଥିଲେ ।
ସେମାନଙ୍କ ମଧ୍ୟରୁ ୬୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଖବର ପାଇ ତୁରନ୍ତ ଡାକ୍ତର ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ବର୍ତମାନ ସମସ୍ତଙ୍କ ଅବସ୍ଥା ଏବେ ଭଲ ରହିଛି । ବରଗଡ଼ ସିଡିଏମ୍ଓ ନିଜେ କୁଆପାଲି ଗାଁରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି । କୁଆପାଲି ନିକଟସ୍ଥା ଗାଁ ଗୁଡିକରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଥିବା ଜଣାପଡିଛି ।