କନକ ବ୍ୟୁରୋ : ରାଜ୍ୟରେ ଚାଲିବ ଆହୁରି ୬ଶହ ଇ-ବସ୍ । ଏବେ ରାଜ୍ୟରେ ୪୦୦ ଇ-ବସ୍ ଅଛି । ଆହୁରି ୬ଶହ ବସ୍ ଗଡ଼ିବ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ସମ୍ବଲପୁରକୁ ୨୫ଟି ନୂଆ ଇ-ବସ୍ ଆସୁଛି । ପରିବେଶକୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ଅଧିକରୁ ଅଧିକ ଇ-ବସ୍ ଚାଲିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ରାଜ୍ୟ ସରକାର ୨୦୦ ଇ-ବସ୍ ଆଣିବାକୁ ଯାଉଛନ୍ତି । ଆଉ ୪୦୦ ଇ-ବସ୍ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଓଡ଼ିଶାକୁ ମିଳିବାକୁ ଯାଉଛି । ରାଜ୍ୟରେ ଏସବୁକୁ ମିଶାଇ ମୋଟ ୧ ହଜାର ଇ-ବସ୍ ଚାଲିବାର ବ୍ୟବସ୍ଥା ହୋଇଛି ।
ରାଜ୍ୟରେ ଗଡ଼ିବ ଆଉ ୬୦୦ ଇଲେକ୍ଟ୍ରିକ୍ ବସ୍
ଆଉ ୪୦୦ ଇ-ବସ୍ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଓଡ଼ିଶାକୁ ମିଳିବାକୁ ଯାଉଛି । ରାଜ୍ୟରେ ଏସବୁକୁ ମିଶାଇ ମୋଟ ୧ ହଜାର ଇ-ବସ୍ ଚାଲିବାର ବ୍ୟବସ୍ଥା ହୋଇଛି ।
/kanak/media/media_files/2025/09/05/electric-buses-2025-09-05-16-32-02.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)