କନକ ବ୍ୟୁରୋ :  ୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ  ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି କରାଯାଇଛି । ୬୦ ବର୍ଷ ବୟସ ହେବା ପରେ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଯେକୌଣସି ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ । ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀ ସିଧାସଳଖ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ  ଆସିବେ ନାହିଁ । ସେମାନେ ୬୦ବର୍ଷ ପରେ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ଅଧିକ ପ୍ରାଥମିକତା ମିଳିବ। ଏନେଇ ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।