କନକ ବ୍ୟୁରୋ: ପୁଣି ଅଶାନ୍ତ ହେଲା ଦିଲ୍ଲୀ । ଦିଲ୍ଲୀର ଓ୍ୱେଲକମ୍ ଅଞ୍ଚଳରେ ଘଟିଛି ଆଖିବୁଜା ଗୁଳିମାଡ଼ । ବ୍ୟକ୍ତିଗତ ଶତ୍ରୁତାରୁ ୬୦ରୁ ଅଧିକ ରାଉଣ୍ଡ ଫାୟାରିଂ ହୋଇଥିବା ଜଣାପଡିଛି । ୱେଲକମ ଅଞ୍ଚଳରେ ଥିବା ଏକ ଘରର ବାଲକୋନୀରେ ବସିଥିବା ଯୁବତୀଙ୍କୁ ବାଜିଛି ଗୁଳି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଖବର ପାଇଁ ଦିଲ୍ଲୀ ପୁଲିସର ଛାନଭିନ ଆରମ୍ଭ ହୋଇଛି । ତେବେ ଗତ ଏକ ମଧ୍ୟରେ ଦିଲ୍ଲୀରେ ଲଗାତାର ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଛି । ଗଙ୍ଗାୱାର ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏ ଦିଗରେ ତଦନ୍ତ ଚଳାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us