କନକ ବ୍ୟୁରୋ:  ପୁଣି ଜଳିଗଲେ ମହିଳା। ପିପିଲିରୁ ଆସିଲା ଆଉଏକ ଘଟଣା । ଗୁରୁତର ଅବସ୍ଥାରେ ପିପିଲି ମେଡିକାଲରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି ମହିଳା । ତେବେ ନିଆଁ କେମିତି ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Advertisment

କୁହାଯାଉଛି, ସନ୍ଧ୍ୟା ଧୂପ ଦେଉଥିବା ବେଳେ ନିଆଁ ଲାଗିଯାଇଥିଲା । ମହିଳାଙ୍କ ବୟସ ପାଖାପାଖି ୩୭ ବର୍ଷ ହେବ ।  ସେହିପରି ମହିଳାଙ୍କ ୬୦ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।