୬ ବର୍ଷର ଝିଅକୁ ଦୁଷ୍କର୍ମ ; ଗୁରୁତର ଅବସ୍ଥାରେ ଶିଶୁଭବନରେ ଭର୍ତ୍ତି

କଟକରେ ପୁଣି ଲଜ୍ଜା । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ  । ଗୁରୁତର ଅବସ୍ଥାରେ ଶିଶୁଭବନରେ ଭର୍ତ୍ତି  । ଡିସିପିଙ୍କ ସୂଚନା, ଅଭିଯୁକ୍ତ ଝାଡଖଣ୍ଡର  । ତ୍ରିଶୁଳିଆରେ ରହି କରୁଥିଲା କାମ  ।

New Project1

କନକ ବ୍ୟୁରୋ: କଟକରେ ପୁଣି ଲଜ୍ଜା । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟର ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଛାତିଥରା ଖବର । ମାତ୍ର ୬ ବର୍ଷର ଶିଶୁକୁ ବି ଛାଡ଼ିଲାନି ପିଶାଚ । ଦୁଷ୍କର୍ମ କରି ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜୁଛି ପୋଲିସ । 

କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା। ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟି ରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe