କନକ ବ୍ୟୁରୋ: କଟକରେ ପୁଣି ଲଜ୍ଜା । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟର ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଛାତିଥରା ଖବର । ମାତ୍ର ୬ ବର୍ଷର ଶିଶୁକୁ ବି ଛାଡ଼ିଲାନି ପିଶାଚ । ଦୁଷ୍କର୍ମ କରି ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜୁଛି ପୋଲିସ ।
କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା। ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟି ରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/20/MBtF8X1DaZ5d06SAXjbX.jpg)