କନକ ବ୍ୟୁରୋ: ଅମଣିଷ ପାଲଟିଗଲା ବସ୍ ହେଲପର। ଅସହାୟତାର ସୁଯୋଗ ନେଇ ମାତ୍ର ୬ବର୍ଷର ନିଷ୍ପାତ ଶିଶୁକୁ ପିଶାଚ ହେଲପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କୁନି ଝିଅଟିର ଡାକ୍ତରୀ ମାଇନା କରାଯିବା ସହ ହସ୍ପିଟାଲରେ ତାର ଚିକିତ୍ସା ଚାଲିଛି। ଏହି ଖବର ଚାରିଆଡେ ଚାଂଚଲ୍ୟ ଖେଳାଇ ଦେଇଛି।
ଶନିବାର ସନ୍ଧ୍ୟା ପ୍ରାୟ ୫ଟା ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରୁ ଚାନ୍ଦିପୋଷକୁ ଏକ ନିର୍ବନ୍ଧ କୁ ବସ୍ ଯୋଗେ ଆସିଥିଲେ ପରିବାର। ପରିବାର ସହ ସମ୍ପର୍କୀୟଙ୍କ ନିର୍ବନ୍ଧରେ ସାମିଲ ହେବାକୁ ଯାଇଥିଲା ନିଷ୍ପାପ ଶିଶୁ କନ୍ୟା। ହେଲେ, ପରିବାର ଲୋକ ବ୍ୟସ୍ତ ଥିବା ବେଳେ ବସ୍ ହେଲପରର ଲୋଲୁପ ଦୃଷ୍ଟି ପଡ଼ିଥିଲା ନାବାଳିକା ଉପରେ। ଅଭିଯୁକ୍ତ ଜଣକ ନାବାଳିକାକୁ ଜୋର ଜବରଦସ୍ତ ଏକ ପରିତ୍ୟକ୍ତ ଗୃହକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।
ନାବାଳିକା ଚିତ୍କାର କରିବାରୁ ପହଁଚି ଯାଇଥିଲେ ପରିବାର ଲୋକ। ତେବେ ଏନେଇ ଚାନ୍ଦିପୋଷ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ। ଏହି ଲଜ୍ଜାଜନକ ଘଟଣା ପୁଣି ଥରେ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/02/C8y0mjn4DmXbSbFl7LrG.jpg)