ଶିକ୍ଷକ ସାଜିଲା ସଇତାନ ; ୬ବର୍ଷର ନାବାଳିକାକୁ ତଣ୍ଟି ଚିପି ହତ୍ୟା କଲେ ସ୍କୁଲ ପ୍ରିନ୍ସିପାଲ

ଶିକ୍ଷକ ସାଜିଲା ସଇତାନ ; ୬ବର୍ଷର ନାବାଳିକାକୁ ତଣ୍ଟି ଚିପି ଫ୍ରିନ୍ସିପାଲଙ୍କ ହତ୍ୟା  । ଦୁଷ୍କର୍ମ ଉଦ୍ୟମ ବିଫଳ ପରେ ହତ୍ୟା କରି ସ୍କୁଲ କ୍ୟାମ୍ପସରେ ପୋତିଥିଲା ଶବ । ଗିରଫ ପରେ ଦୋଷ ମାନିଲା ।

5366

କନକ ବ୍ୟୁରୋ: ଗୁଜୁରାଟର ଦାହୋଡରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ୬ ବର୍ଷର ନାବାଳିକାକୁ ହତ୍ୟା କରି ଗିରଫ ହୋଇଛନ୍ତି । ପ୍ରିନ୍ସିପାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନାବାଳିକା ଚିତ୍କାର କରିବାର ତା ଗଳା ଚିପି ହତ୍ୟା କରିଥିଲା ଅଭିଯୁକ୍ତ । ପୋଲିସଠାରୁ ଖସିଯିବାକୁ ଚେଷ୍ଟା କରିଥିଲା ହେଲେ  ଶେଷରେ ତାଙ୍କୁ ଗିରଫ କରାଯାଇଥିଲା। 

ଏହି ଘଟଣା ସାରା ଦାହୋଡକୁ ଦୋହଲାଇ ପ୍ରିନ୍ସପାଲ୍ ଗୋବିନ୍ଦର ବୟସ ୫୦ ବର୍ଷ, ଗତ ୧୮ ବର୍ଷ ଧରି ଏହି ବିଦ୍ୟାଳୟ ସହିତ ଜଡିତ ଥିଲେ।ଜଣେ ପୋଲିସ ଅଧିକାରୀ କହିଛନ୍ତି ଏକ ଗାଁରେ ସ୍କୁଲ ପରିସରର ଛାତ୍ରୀଙ୍କ ମୃତଦେହ ମିଳିଥିଲା। ନାବାଳିକାଙ୍କ ମା’ କହିଛନ୍ତି ଯେହେତୁ ସେମାନେ ପ୍ରିନ୍ସିପାଲଙ୍କ ସହିତ ଭଲ ଭାବରେ ପରିଚିତ ଥିଲେ, କେବେ କେମିତି ଛାତ୍ରୀଙ୍କୁ ସ୍କୁଲ ନବାଆଣିବା ମଧ୍ୟ କରୁଥିଲେ  ହେଲେ ଏହାର ସୁଯୋଗ ନେଇ ସେ ଏଭଳି କାମ କରିବେ ବୋଲି ଘର ଲୋକ କେବେବି ସ୍ୱପ୍ନରେ ବି ଚିନ୍ତା କରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe